ମୌଳିକ ସମସ୍ୟା ଭିତରେ ଆଦିବାସୀ ମଣିଷ!
ପେଟକୁ ମୁଠାଏ ଦାନା ପାଇଁ ଯେଉଁଠି ମା’ର ପିଲା ବିକ୍ରି, ଅନାହାର ମୃତ୍ୟୁ, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ବିପନ୍ନ ଆର୍ଥିକ ଓ ସାମାଜିକ ସ୍ଥିତି, ନିଷ୍କ୍ରିୟ ପ୍ରଶାସନ ଆଉ ହାଅନ୍ନ-ହାଅନ୍ନ ଚିକôାରରେ ପ୍ରକମ୍ପିତ ଭାରତବର୍ଷ, ସେହି ସବୁଠୁ ଅନୁନ୍ନତ ଦୁର୍ଗମ କେବିକେ (କୋରାପୁଟ, ବଲାଙ୍ଗୀର ଓ କଳାହାଣ୍ଡି)ର ଦାରିଦ୍ର୍ୟ ହଟାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ ଜାରି ରଖିଥିବା ଦାବି କରୁଛନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ କେନ୍ଦ୍ର ଓ ରାଜ୍ୟ ରାଜନୀତି ସରଗରମ ହୋଇଛି । ରାଜ୍ୟ ବିଧାନ ସଭା ଓ ସଂସଦର ଉଭୟ ଗୃହରେ ହଟ୍ଟଗୋଳ ହୋଇଛି । ମାତ୍ର ଏହା ଦ୍ୱାରା ଗରିବ ଆଦିବାସୀ ମଣିଷର କୌଣସି ଲାଭ ହୋଇ ନାହିଁ । ଯୁଗ ଆରମ୍ଭରୁ ଆଦିବାସୀ ମଣିଷ ପ୍ରତି ସବୁ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯାଇ ଆସୁଛି । ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ ଦିଗରେ ମଧ୍ୟ ସରକାର ଯତ୍ନବାନ ହେଉ ନାହାଁନ୍ତି । ସ୍ୱାଧୀନତା ପ୍ରାପ୍ତି ପରେ ରାଜ୍ୟରେ ୧୬ଟି ସରକାର ଶାସନ ଗାଦିରେ ବସିଥିଲେ ହେଁ ଆଦିବାସୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବାକୁ କୌଣସି ସରକାର ଆନ୍ତରିକତାର ସହ କାର୍ଯ୍ୟ କରି ନାହାନ୍ତି । ଆଦିବାସୀ ଅଂଚଳରେ ବଳବତର ଥିବା ଦାରିଦ୍ର୍ୟ ଓ ଅସଚେତନତାର ମୂଳ କାରଣ ଏବଂ ତାର ସ୍ଥାୟୀ ସମାଧାନ ପନ୍ଥା ବାହାର କରାନଯାଇ କେବଳ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ଦ୍ୱାରା ଆଦିବାସୀ ମଣିଷର ସାମଗ୍ରୀକ ବିକାଶ ଅସମ୍ଭବ । ୧୯୯୮ ଅଗଷ୍ଟ ୧୨ ତାରିଖରେ କାର୍ଯ୍ୟକାରୀ ହୋଇଥିବା ସଂଶୋଧିତ ଦୀର୍ଘ ମିଆଦି କ୍ରିୟାଭିମୁଖୀ ଯୋଜନା ବା କେବିକେ ପ୍ରକଳ୍ପ ଦ୍ୱାରା ଆଦିବାସୀ ପ୍ରଜା ଆଦୌ ଉପକୃତ ହୋଇ ପାରିନାହିଁ । ୨୦୦୬-୦୭ ବର୍ଷରୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ବିଜୁ କେବିକେ ଯୋଜନା’ର ସୁଫଳ ମଧ୍ୟ ମିଳୁନାହିଁ । ବରଂ ଯୋଜନା ଗୁଡ଼ିକ ଆଦିବାସୀ ବିକାଶ ବଦଳରେ ଅଫିସର, ନେତା ଓ ପ୍ରଭାବଶାଳୀ ଅଣ-ଆଦିବାସୀଙ୍କର ବିକାଶ ଯୋଜନାରେ ପରିଣତ ହୋଇଛି । ଯୋଜନା ଗୁଡ଼ିକର ନୀତି ନିର୍ଦ୍ଧାରକ ମାନେ ଏହାର ସଫଳ କାର୍ଯ୍ୟକାରୀତା ଉପରେ ଉଚିତ ଭାବେ ଦୃଷ୍ଟି ଦେଇ ନଥିବାରୁ ଏହି ଯୋଜନା ଗୁଡ଼ିକ ବିଫଳ ହୋଇଥିବା ସ୍ପଷ୍ଟ ପ୍ରମାଣିତ ।
ବିଭିନ୍ନ ପ୍ରକଳ୍ପ ଅନ୍ତର୍ଗତ ଦାରିଦ୍ର୍ୟ ଦୂରୀକରଣ ଯୋଜନା ପ୍ରହସନରେ ପରିଣତ ହୋଇଛି । ଏପରିକି ଜରୁରୀକାଳୀନ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ମଧ୍ୟ ବିଫଳ ହୋଇଛି । ସ୍ୱାସ୍ଥ୍ୟ ସେବା ବିର୍ଯ୍ୟସ୍ତ ଏଠାକାର ନିତି ଦିନିଆ ଘଟଣା । ଗରିବ ଆଦିବାସୀ ମଣିଷ ଅନାହାର, ଅଳ୍ପାହାର ଓ ଅର୍ଦ୍ଧାହାରରେ ଦିନ କାଟୁଛି । ହଇଜା, ଡ଼ାଇରିଆ ଓ ମ୍ୟାଲେରିଆ ଭଳି ମାରାତ୍ମକ ସଂକ୍ରାମକ ରୋଗରେ ପୋକମାଛି ଭଳି ମରୁଛି । ମା ଓ ଶିଶୁ ମୃତ୍ୟୁ ହାର ଏଠାରେ ସର୍ବାଧିକ । ଅନାହାର ଓ ଅପପୃଷ୍ଟି ଏହାର ମୂଳକାରଣ । ଜାତୀୟ ସ୍ତରରେ ଶିଶୁ ମୃତ୍ୟୁହାର ପ୍ରତି ୧ ହଜାରରେ ୪୦ରହିଥିବା ବେଳେ ଓଡ଼ିଶାରେ ୫୧ ଓ କେବିକେରେ ପାଖାପାଖି ୯୦ ରହିଛି । ହେଲେ କେବିକେ ପ୍ରକଳ୍ପରେ ୯ ଲକ୍ଷ ଶିଶୁଙ୍କୁ ପୃଷ୍ଟିସାଧନ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିବା ସରକାରୀ ରିପୋର୍ଟ କହୁଛି । ସଂପ୍ରତି ଦୁର୍ଗମ ଅଂଚଳରେ ହଜାର ହଜାର ଶିଶୁ ପୃଷ୍ଟିହୀନତାର ଶିକାର ହେବା ଅପେକ୍ଷାରେ ବୋଲି ବେସରକାରୀ ଭାବେ କୁହାଯାଉଛି । ସ୍ୱାସ୍ଥ୍ୟସେବା ବିକାଶ ଯୋଜନା କେବଳ ଖାତା ପତ୍ରରେ ସୀମିତ ରହି ଯାଇଛି । ଏଠାରେ ୧୧୦ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ଦ୍ୱାରା ବାର୍ଷିକ ପ୍ରାୟ ୧୫ ଲକ୍ଷ ଆଦିବାସୀ ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଥିବା କୁହାଯାଉଥିଲେ ହେଁ ଏହା ଡ଼ାହା ମିଛ । ୟୁନିଟ ଗୁଡ଼ିକ ସହର-ବଜାରରେ ସୀମିତ ରହି ଚିକିସôା ଖାତାରେ ଦୁର୍ଗମ ଗ୍ରାମ ଓ ବାସିନ୍ଦା ମାନଙ୍କ ନାମ ମନଇଚ୍ଛା ଲେଖୁଛନ୍ତି । କେବିକେରେ ୮ଟି ଜିଲ୍ଲା ହସ୍ପିଟାଲ,୧୪ଟି ଉପଖଣ୍ଡ ସ୍ତରୀୟ ହସ୍ପିଟାଲ, ୮୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ୩୦୦ ଟି ପିଏଚ୍ସି, ୧୬୦୦ରୁ ଉଦ୍ଧ୍ୱର୍ ଉପସ୍ୱାସ୍ଥ୍ୟ କେନ୍ଦ୍ର,୨୨୫ଟି ସ୍ୱାସ୍ଥ୍ୟ ସେକ୍ଟର,୧୫ଟି ଅନ୍ୟାନ୍ୟ ବଡ଼ ହସ୍ପିଟାଲ ତଥା ହୋମିଓପାଥୀ ଓ ଆୟୁର୍ବେଦିକ ଚିକିସôାଳୟ ଥିବା ସତ୍ୱେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ କାହିଁକି? ବାସ୍ତବତା ହେଲା, ରାଜ୍ୟ ସରକାର ଆନ୍ତରିକତାର ସହ ଆଦିବାସୀ ମଣିଷ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉ ନାହାନ୍ତି । ବଡ଼ ବଡ଼ ଲୋକମାନେ ନିଜ ଘରେ ସ୍ୱାଦିଷ୍ଟ ଖାଦ୍ୟ ଖାଇ ଯାହା ବଳେ, ବାହାରେ ବୁଲୁ ଥିବା ପଶୁପକ୍ଷୀଙ୍କ ପାଖକୁ ଫିଙ୍ଗିଦେବା ଭଳି ଆମ ସ୍ୱାସ୍ଥ୍ୟ ବିଭାଗ ଆଦିବାସୀ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ପ୍ରତି ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଏହି ସତ୍ୟକୁ କୌଣସି ପ୍ରକାରେ ମନ୍ତ୍ରୀ, ଅଫିସରଙ୍କ ଭଳି ବଡ ÿବଡ଼ିଆ ମାନେ ଗ୍ରହଣ କରି ନପାରନ୍ତି । କେତୋଟି ମୁହୂର୍ତ ପାଇଁ ସଭା ସମିତିରେ ଯୋଗ ଦେଉଥିବା ବଡ଼ବଡ଼ିଆ ମାନେ କିପରି ଅନୁଭବ କରି ପାରିବେ ଆଦିବାସୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ସେମାନଙ୍କ ଭାଗ୍ୟକୁ? ତେବେ ସ୍ୱାସ୍ଥ୍ୟ ବିଭାଗର ବେପରୁଆ ନୀତି ଓ ମନମୁଖୀ କାର୍ଯ୍ୟ ହିଁ ନିରୀହ ଆଦିବାସୀ ମଣିଷକୁ ମାରାତ୍ମକ ସଂକ୍ରାମକ ରୋଗର ଅାଁ ଭିତରକୁ ଠେଲି ଦେଉଥିବା ନିଃସନେ୍ଦହରେ କୁହାଯାଇ ପାରେ । ଏହି ନିନ୍ଦନୀୟ ଘଟଣା ପାଇଁ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଡ଼ାକ୍ତର ଅଭାବକୁ ଦାୟୀ କରା ଯାଉଛି । ଏହା ପ୍ରାୟତଃ ଭୁଲ୍ କଥା । ଯେହେତୁ ସଂକ୍ରାମକ ରୋଗ ମୁଖ୍ୟତଃ ପ୍ରାଥମିକ ଚିକିସôା ଦ୍ୱାରା ନିୟନ୍ତ୍ରଣ ହୋଇଥାଏ ଓ ଏହି ଦାୟିତ୍ୱ ସ୍ୱାସ୍ଥ୍ୟକର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶିକା/ପରିଦର୍ଶକ, ଏଲ୍.ଟି., ଫାର୍ମାସିଷ୍ଟ, ପିଏଚ୍ଇଓ ଏବଂ ପରିମଳ ନୀରିକ୍ଷକଙ୍କର । ଯେତେବେଳେ ନିୟମିତ ନିଜ କର୍ତବ୍ୟ ସଂପାଦନା କରି ଏହି କର୍ମଚାରୀ ମାନେ ଆଦିବାସୀ ମାନଙ୍କୁ ପ୍ରାଥମିକ ଚିକିସôା ସେବା ଯୋଗାଇ ଦିଅନ୍ତି ନାହିଁ ଓ ରୋଗର ସଂକ୍ରମଣ ବଢ଼ି ଯାଏ, ସେତେବେଳେ ଅବଶ୍ୟ ଡ଼ାକ୍ତରଙ୍କର ଆବଶ୍ୟକତା ପଡ଼େ, ହେଲେ ରୋଗ ସଂକ୍ରମଣ ହେଲା କାହିଁକି? ତାହାର କିଛି ଉତର ଅଛି ସ୍ୱାସ୍ଥ୍ୟ ବିଭାଗ ପାଖରେ?….
ଶିକ୍ଷାର ପ୍ରସାର, ସାକ୍ଷରତା ହାର ବୃଦ୍ଧି ଓ ଜନ ସଚେତନତା ସୃଷ୍ଟି ପାଇଁ ପୌଢଶିକ୍ଷା, ବାଲ୍ୟଶିକ୍ଷା, ପ୍ରାଥମିକ ଶିକ୍ଷା, ନିନାଦ, ସନେ୍ଦଶ, ନବଜ୍ୟୋତି, ସର୍ବଶିକ୍ଷା ଅଭିଯାନ ଆଦିର ବ୍ୟବସ୍ଥା ରହିଥିବା ବେଳେ ବିଭିନ୍ନ ଯୋଜନାରେ ମଧ୍ୟ ଏସବୁକୁ ସାମିଲ କରାଯାଇଛି । ବିଶେଷକରି ଶହଶହ ଆଂଚଳିକ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଏନ୍ଜିଓମାନେ ଏଠାରେ ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ମାନଙ୍କୁ ସଚେତନ କରିବାର ଦାୟିତ୍ୱରେ ଅଛନ୍ତି । ମାତ୍ର ସବୁ କିଛି ଖାତାପତ୍ରରେ ସୀମିତ ରହିଛି । ସଚେତନତା ସୃଷ୍ଟିର କଥା ଯାହା କୁହାଯାଉଛି, କେବିକେରେ ଗତ ୧୭ ବର୍ଷ ଭିତରେ କେତୋଟି ଏନ୍ଜିଓ କେତେ ଟଙ୍କାର କାର୍ଯ୍ୟଭାର ନେଇଛନ୍ତି, ସେମାନଙ୍କ ପାଖରୁ ଜନସଚେତନତା ସୃଷ୍ଟିର ପ୍ରମାଣ କିପରି ସରକାର ପାଇଛନ୍ତି, ତାହା ଲୋକଲୋଚନକୁ ଆସିବା ଦରକାର । ଯଦ୍ୱାରା ସେମାନଙ୍କର ଅସଲି ମୁଖା ସାମ୍ନାକୁ ଆସି ପାରିବ । ଅନ୍ୟ ଏକ ସମ୍ବେଦନଶୀଳ ତଥ୍ୟ ଅନୁଯାୟୀ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦାରିଦ୍ର୍ୟ ଦୂରୀକରଣ ଯୋଜନାର ୯୦ ଭାଗ ଲାଭ ଅଣ-ଆଦିବାସୀ ମାନେ ଉପଭୋଗ କରୁଛନ୍ତି । ୧୯୭୦-୭୧ରେ ହଜାର ହଜାର ବଂଗୀୟ ଶରଣାର୍ଥୀଙ୍କୁ ମାଲକାନାଗିରି, ରାଇଘର ଓ ଉମରକୋଟରେ ଥଇଥାନ କରା ଯାଇଥିଲା । ଓଡ଼ିଶା ସରକାର ସ୍ଥାନୀୟ ଆଦିବାସୀଙ୍କ ଚାରଣ ଭୂଇଁ ଓ ଘଂଚ ଜଙ୍ଗଲ ଧ୍ୱଂସ କରି ସେମାନଙ୍କୁ ଥଇଥାନ କରିବା ସହ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ । ମାତ୍ର ଦୁର୍ଭାଗ୍ୟର କଥା ଯେ, ମାଛକୁଣ୍ଡ, ଚିତ୍ରକୋଣ୍ଡା, ପଂଚବଟୀ, କୋଲାବ ଓ ଇନ୍ଦ୍ରାବତୀ ନଦୀବନ୍ଧ ଯୋଜନା ପ୍ରତିଷ୍ଠା ବେଳେ ବାସଚୁ୍ୟତ ସ୍ଥାନୀୟ ଆଦିବାସୀ ବାସିନ୍ଦାଙ୍କୁ ଏପର୍ଯ୍ୟନ୍ତ ଥଇଥାନ କରାଯାଇ ନାହିଁ । ସେମାନେ ଏବେ ମଧ୍ୟ ଜୀବନ-ଜୀବିକା ସହ ସଂଘର୍ଷ ଜାରି ରଖିଛନ୍ତି । ଏହା ହିଁ ଆଦିବାସୀ ମଣିଷର ଭାଗ୍ୟ ଓ ଭବିଷ୍ୟତ । ସେହିପରି ମାଓବାଦୀ ହୁଅନ୍ତୁ କି ପୁଲିସ୍ ପ୍ରଶାସନ, ଉଭୟେ ଦୁର୍ବଳ ଆଦିବାସୀ ମଣିଷକୁ ଭୁଲ ବୁଝି ଅତ୍ୟାଚାର କରନ୍ତି ତା’ ଉପରେ । କେତେବେଳେ ପୋଲିସ ଇନ୍ଫର୍ମର୍ ଭାବି ନିରୀହ ଆଦିବାସୀଙ୍କୁ ମାଓବାଦୀ ମାନେ ବନ୍ଧୁକ ମୁନରେ ଶିକାର କରନ୍ତି ତ କେତେବେଳେ ମାଓବାଦୀ ସମର୍ଥକ ଭାବି ପୋଲିସ ସେମାନଙ୍କୁ ହଇରାଣ କରେ କିମ୍ବା ଗିରଫ କରି ନିର୍ମମ ଭାବେ ଅତ୍ୟାଚାର କରେ । ମୋଟ ଉପରେ ସମସ୍ତଙ୍କର ସବୁ ସ୍ତରର ଅତ୍ୟାଚାର ସହି ଚାଲିଛି ଆଦିବାସୀ ମଣିଷ । ଏଥିରୁ କେବେ ସେ ମୁକ୍ତି ପାଇବ, ସେ କଥା ଇଶ୍ୱରଙ୍କୁ ଜଣା । ତେବେ ଯୋଜନା କ’ଣ ପାଇଁ? କେଉଁଠି କି ଯୋଜନା କାର୍ଯ୍ୟକାରୀ ହେଉଛି? ସରକାରଙ୍କ ପ୍ରତିନିଧି ମାନେ ଦିଲ୍ଲି କିମ୍ବା ଭୁବନେଶ୍ୱରରେ ବସି ଆଦିବାସୀଙ୍କ ବିକାଶ ପାଇଁ କେବଳ ଯୋଜନା ତିଆରି କରିଦେଲେ, କିଛି ସୁଫଳ ମିଳିବ ନାହିଁ । ଅନୁସଂଧାନ କରାଗଲେ ଜଣାପଡ଼ିବ ଯେ, ବିଭିନ୍ନ ଆଦିବାସୀ ବିକାଶ ଯୋଜନା ଅଧିକାରୀ, ନେତା ଓ ସ୍ୱେଚ୍ଛାସେବୀ ସଂସ୍ଥା ମାନଙ୍କର ବିକାଶ ଯୋଜନାରେ ପରିଣତ ହୋଇଛି ।
ଆଦିବାସୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ବିଭାଗୀୟ ମନ୍ତ୍ରୀଙ୍କ ଦକ୍ଷତା ଓ କର୍ତବ୍ୟ ନିଷ୍ଠା ଉପରେ ନିର୍ଭର କରୁଛି । କିଛି ବର୍ଷ ତଳୁ ଏହି ପଦରେ ଅପାରଗ ନେତାମାନଙ୍କୁ ଦେଖିବାକୁ ମିଳୁଥିଲା ଓ ଏଥିଯୋଗୁଁ ଆଦିବାସୀ ବିକାଶ କାର୍ଯ୍ୟ ଆଶାନୁରୂପ ହୋଇ ପାରୁନାହିଁ । ବିଭାଗୀୟ ସଚିବାଳୟ ଓ ସମନ୍ନିତ ଆଦିବାସୀ ବିକାଶ ସଂସ୍ଥା ଗୁଡ଼ିକରେ ସଂସ୍କାର ଅଣାଯିବା ସହ ଦୁର୍ନୀତିଗ୍ରସ୍ତ ଓ ବେଆଇନ କାର୍ଯ୍ୟଲିପ୍ତ ଅଫିସର୍, ଯନ୍ତ୍ରୀ ଓ କର୍ମଚାରୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ । ଏହାଦ୍ୱାରା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ସଜଡ଼ା ହୋଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଆଶା କରାଯାଉଛି । ଶରତ କୁମାର ରାଉତ
priligy walgreens c qRT- PCR analysis of SIRT1 mRNA expression levels in the ovarian tissues of PCOS rats after different treatments
Продвижение сайтов Москва – https://stalingradpictures.ru
Обучение за границей – https://friendlyeducation.ru/%d0%be-%d0%bf%d1%80%d0%be%d0%b5%d0%ba%d1%82%d0%b5/
otc furosemide actos clotrimazole betamethasone dipropionate cream The Daily News has some of the most memorable photos in sports history