ଯବାନଙ୍କ ସୁରକ୍ଷା ପାଇଁ ଜଳିଲା ଅଖଣ୍ଡ ଦୀପ

ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର, (ଓଏନ୍ଏସ୍): ଭାରତର ଅଖଣ୍ଡତା, ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା ଦେଶର ଆତଙ୍କବାଦୀଙ୍କୁ କ୍ଷମା ଦିଆଯିବ ନାହିଁ । ଆତଙ୍କବାଦ ସୃଷ୍ଟିକରି ନିଜ କୋଳରେ ସାଇତି ରଖି ଗୋଟିଚାଳନା କରିଆସୁଥିବା ଦେଶକୁ ଜବାବ ଦେବାକୁ ସମୟ ଉପନୀତ ହୋଇଛି । ଏଥିପାଇଁ ଦେଶର ପ୍ରତ୍ୟେକ ସୁରକ୍ଷା କର୍ମଙ୍କ ସହିତ ଆମେ ଅଛୁ ବୋଲି ଉପସ୍ଥିତ ଜନସାଧାରଣ ଉକ୍ରଣ୍ଠାରେ କହିଥିଲେ । ନୀଳାଦ୍ରି ବିହାର ସେକ୍ଟର ୨ ସ୍ଥିତ ମାରୁତି ମଣ୍ଡପଠାରେ ନୀଳାଦ୍ରି ବିହାର ଯୁବ ସାଂସ୍କୃତିକ ସଂଘ ଓ ମହାବୀର କମିଟିର ମିଳିତ ଆନୁକୁଲ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହିଙ୍କ ଆହ୍ୱାନରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ଅଖଣ୍ଡ ଦୀପକୁ ଜାଳି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆବାସିକ ସଂଘର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନ୍ଜୀବୀ ମନମୋହନ ପଟ୍ଟନାୟକ, ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକାରୀ ସଭାପତି ଆନନ୍ଦ ଚନ୍ଦ୍ର ପଟ୍ଟନାୟକ, କନ୍ସସ୍ ଫୋରମ୍ର ସଂପାଦକ ବଂଶୀଧର ସେଠୀ, ପୁର୍ବତନ କର୍ପୋରେଟର ଦେବୀ ପ୍ରସାଦ ମଲ୍ଲିକ ପ୍ରମୁଖ ଯୋଗଦାନ କରିଥିଲେ । ଏହି ସଭାରେ ଶହିଦମାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ୨ ମିନିଟ୍ ନୀରବ ପାର୍ଥନା କରାଯାଇଥିଲା ଏବଂ ସୀମାରେ ରହୁଥିବା ଯବାନ ମାନଙ୍କ ମନୋବଳ ବଢ଼ାଇବା ପାଇଁ ବା ତାଙ୍କ ସହିତ ସାରା ଦେଶ ପଛରେ ଅଛି ବୋଲି ଜଣାଇବା ପାଇଁ କଲୋନୀର ସମସ୍ତେ ନୀଜ ନୀଜ ଘରେ ଗୋଟେ ଦୀପ ଜାଳି ସାମାଜିକ ଗଣମାଧ୍ୟମରେ ପୋଷ୍ଟକରିବାକୁ ଶ୍ରୀଯୁକ୍ତ ପାଣିଗ୍ରାହୀ କହିଥିଲେ । ଏହାପରେ କ୍ୟାଣ୍ଡଲ ଶୋଭାଯାତ୍ରା ବାହାରି ଶହୀଦ ଯବାନ ଅମର ରହେ, ଭାରତ ମାତାକି ଜୟ ଧ୍ୱନୀରେ କଲୋନୀ ସାରା ପରିଖ୍ରମଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଘର ସଂପାଦକ ବିଶ୍ୱଜିତ ପଟ୍ଟନାୟକ ଓ ସାଂସ୍କୃତିକ ସଂପାଦକ ବଟକୃଷ୍ଣ ପଣ୍ଡା, ପ୍ରକାଶ ସାହୁ ପ୍ରମୁଖ ପରିଚାଳନା କରିଥିଲେ । ଉଭୟ ସଂଘର ସଦସ୍ୟଙ୍କ ସହିତ ମହିଳା ସଂଗଠନ ଏବଂ କଲୋନୀର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Leave a Reply

Your email address will not be published.