ବରୀ, (ସୁରେଶ କର): ସାଂପ୍ରତିକ ପରିସ୍ଥିତିରେ ହିନ୍ଦୁ ଧର୍ମ ର ସୁରକ୍ଷା ନିମନ୍ତେ ବିଭିନ୍ନ ସଂଗଠନ ପ୍ରୟାସ ଜାରି ରଖୁଥିବା ସମୟରେ ବଜରଂଗ ଦଳ ର ବିଶେଷ ଭୁମିକା ରହିଥିବା ପରିଲକ୍ଷିତ ହେଉଛି ।
ଏହି କ୍ରମରେ ଯାଜପୁର ଜିଲା ରେ ଥିବା ବଜରଂଗ ଦଳ ପକ୍ଷରୁ ମଧ୍ୟ ବହୁ ଲୋକାଭିମୁଖି ସଚେତନ କାର୍ୟ୍ୟକ୍ରମ କରାଯାଇଛି ।
ଆଜି ବଜରଂଗ ଦଳ ପକ୍ଷରୁ ବରୁଆଁ ଠାରୁ ବରୀ ର ସାହୁପଡା ପର୍ୟ୍ୟନ୍ତ ଏକ ବିଶାଳ ହିନ୍ଦୁ ଜାଗରଣ ଯାତ୍ରାରେ ହଜାର ହଜାର ବଜରଂଗ ପ୍ରେମୀ ଯୋଗ ଦେଇ ଜୟ ଶ୍ରୀ ରାମ ନାଡା ରେ ପ୍ରକମ୍ପିତ କରିଥିଲେ ।
ଯାଜପୁର ଜିଲ୍ଲା ରେ ଘଟୁଥିବା ବେଆଇନ ଗୋଚାଲଣ, ଧର୍ମାନ୍ତି କରଣ ଏଵଂ ଲଭ୍ ଜିହାଦ୍ ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷ ଅଧିକାରୀ ଙ୍କୁ ଯାଜପୁର ସଦର ଥାନା ଅଧିକାରୀ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିବା ଜିଲା ସଭାପତି ଅରବିନ୍ଦ ମହାନ୍ତି ଜଣାଇଛନ୍ତି ।
ମୁଖ୍ୟତଃ ଗୋ ଚାଲାଣ କୁ ବଂଦ କରିବା ପାଇଁ ତାକଂ ସଂଗଠନ ଧ୍ୟାନ ଦେଉଥିବା କଥା ସେ ପ୍ରକାଶ କରିଛନ୍ତି ।
ସେହିପରି ଯାଜପୁର ଜିଲା ବରୀ ବ୍ଲକ ର ଶଂକାରିଗଡା ରେ ଥିବା ସକ୍ରିୟ ସଦସ୍ୟ ମାନେ ବରୁଆଁ ଠାରୁ ଆସୁଥିବା ରାଲି କୁ ପାଛୋଟି ଆଣି ବରୀକୁ ଅଗ୍ରସର ହୋଇଥିଲେ ।
ମାଳଦା ଛକରେ ଯାତ୍ରା କୁ ସ୍ୱାଗତ କରିବା ପାଇଁ ରାସ୍ତା ର ଦୁଇ ପାର୍ଶ୍ବ କୁ ସଜାଯାଇଥିବା ଦେଖିବାକୁ ମିଳିଥିଲା ।
ଅପରପକ୍ଷରେ ମାଳଦା ସମେତ ଚୁଡାକଳ ଛକ , ବାଲିଆପାଳ ଛକ, ସନ୍ଥନ ଛକ , ବରୀ ମାଉଣ୍ଟ, ଦରଜ, ଅଟିରାଓ ରୁ ବହୁ ସଦସ୍ୟ ଯୋଗ ଦେଇଥିବା ଜଣାପଡିଛି ।