୧.୨୫ ଲକ୍ଷରୁ ଅଧିକ ଭକ୍ତଙ୍କୁ ରନ୍ଧା ଖାଦ୍ୟ ଯୋଗାଣ
ଭକ୍ତମାନଙ୍କ ମଧ୍ୟରେ ୫୫୦୦ ଗ୍ଲୁକୋଜ୍ ପ୍ୟାକେଟ୍ ବଂଟନ
ଭୁବନେଶ୍ୱର, (ଓଏନ୍ଏସ୍) (ଆଇଏନ୍ଏସ୍): ପୁରୀରେ ଅନୁଷ୍ଠିତ ପବିତ୍ର ରଥଯାତ୍ରାରେ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିମିଟେଡ୍ (ଜେଏସପିଏଲ)ର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ଅନୁଷ୍ଠାନ ଜେଏସପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ରନ୍ଧାଖାଦ୍ୟ ବଂଟନ, ଥଣ୍ଡା ପାନୀୟ ଜଳ ଏବଂ ଗ୍ଲୁକୋଜ୍ ପ୍ୟାକେଟ୍ ବଂଟନ ଆଦି ବିଭିନ୍ନ ସେବା ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ସହ ସମନ୍ୱୟରେ, ଜେଏସପିଏଲ୍ ଫାଉଣ୍ଡେସନ୍ ଏକ ଲକ୍ଷ ପଚିଶ ହଜାର ରୁ ଅଧିକ ରନ୍ଧାଖାଦ୍ୟ ମିଲ୍ ଏବଂ ୫୫୦୦ ଗ୍ଲୁକୋଜ୍ ପ୍ୟାକେଟ୍ ଭକ୍ତ ମାନଙ୍କୁ ଯୋଗାଇ ଦେଇଥିଲା ।
ନେତ୍ରୋତ୍ସବ, ରଥ ଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡା ଏବଂ ସୁନାବେଶ ଦିନ ସହିତ ଅଧିକ ଦୁଇ ଦିନ (ଜୁଲାଇ ୬ ଓ ୭ ତାରିଖ) ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ବସ୍ ଷ୍ଟାଣ୍ଡ ଠାରେ ଏକ ଅସ୍ଥାୟୀ ଶିବିରରେ ଜେଏସପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ଏହି ସେବା ଯୋଗାଇ ଦିଆଯାଇଥିଲା । ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁ ମାନେ ପରିବେଷଣ କରାଯାଉଥିବା ଭାତ, ଡାଲମା ଓ ଖଟା ଖାଇଥିଲେ । ଫାଉଣ୍ଡେସନ୍ର ସହ-ଅଧ୍ୟକ୍ଷା ଶ୍ରୀମତି ଶାଲୁ ଜିନ୍ଦଲଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ସେବାକୁ ଭକ୍ତ ମାନେ ପ୍ରଶଂସା କରିଥିଲେ ।
ଏହି ସେବା ସମ୍ପର୍କରେ ଶ୍ରୀମତି ଶାଲୁ ଜିନ୍ଦଲ କହିଥିଲେ ଯେ, “ଏହା ସବୁ ପ୍ରଭୂ ଜଗନ୍ନାଥଙ୍କ ଇଚ୍ଛା, ଅମେ କେବଳ ସେବକ ମାତ୍ର” ।
ଏହା ବ୍ୟତୀତ, ଭକ୍ତ ମାନଙ୍କ ମଧ୍ୟରେ ବଂଟନ ନିମନ୍ତେ ଜେଏସପିଏଲ୍ ଫାଉଣ୍ଡେସନ୍ ପକ୍ଷରୁ ୫୫୦୦ ଗ୍ଲୁକୋଜ୍ ପ୍ୟାକେଟ୍ ପୁରୀ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥାକୁ ପ୍ରଦାନ କରାଯାଇଥିଲା ।
ଜେଏସପିଏଲ ଫାଉଣ୍ଡେସନ୍ ପକ୍ଷରୁ ନିୟୋଜିତ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ଏକ ଭ୍ରାମ୍ୟମାଣ ଜଳ ଟ୍ୟାଙ୍କରରେ ଲୋକମାନଙ୍କୁ ଥଣ୍ଡା ପାନୀୟ ଜଳ ପ୍ରଦାନ କରାଯାଇଥିଲା । ତେବେ ବଡଦାଣ୍ଡରେ ଭକ୍ତମାନଙ୍କୁ ନିରବଚ୍ଛିନ୍ନ ଭାବରେ ୧୦ ଦିନ ଧରି ଉକ୍ତ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ଚାଲୁ ରହିଥିଲା ।