ରାଜନଗର ସମେତ ଛାରଖାର ହୋଇଛି ଉପକୂଳ ଅଂଚଳ!

ରାଜନଗର ସମେତ ଛାରଖାର ହୋଇଛି ଉପକୂଳ ଅଂଚଳ!

କେନ୍ଦ୍ରାପଡ଼ା, (ଆଇଏନ୍ଏସ୍): ବଙ୍ଗୋପସାଗର କୂଳବର୍ତୀ ରାଜନଗର, ମହାକାଳପଡ଼ା, ରାଜକନିକା ଓ ପଟ୍ଟାମୁଣ୍ଡାଇ ଅଂଚଳରେ ବୁଲବୁଲ ବାତ୍ୟା ପ୍ରଚଣ୍ଡ ତାଣ୍ଡବ ରଚିଛି । ଛାରଖାର କରିଦେଇଛି ସମଗ୍ର ଉପକୁଳ ଅଂଚଳକୁ । ବୁଲବୁଲ ପ୍ରଭାବରେ ହଜାର ହଜାର ବୃକ୍ଷ ଧରାଶାୟୀ ହୋଇଥିବାବେଳେ ଶହଶହ ବିଜୁଳି ଖୁଂଟ ଉପୁଡ଼ି ପଡ଼ିଛି । ୧୦୦ କିମିରୁ ଅଧିକ ପବନ ସହ ପ୍ରବଳ ବର୍ଷା ଲୋକମାନଙ୍କୁ ଭୟଭୀତ କରି ଦେଇଥିଲା । ହଜାର ହଜାର ହେକ୍ଟର ଧାନ ଫସଲ ପାଣିରେ ଭାସୁଛି । ଅଧିକାଂଶ ରାସ୍ତା ଅବରୋଧ ହୋଇଥିଲା । ପ୍ରବଳ ପବନରେ ରାଜନଗର-ପଟ୍ଟାମୁଣ୍ଡାଇ, କୁନ୍ଦୁପୁର-ବାବର, ରାଜନଗର-ତାଳଚୁଆ, ରାଜନଗର-ଗୁପ୍ତି ଆଦି ରାସ୍ତାରେ ଶହଶହ ଗଛ ଉପୁଡ଼ି ପଡ଼ିଥିଲା । ତେବେ ଓଡ଼୍ରାଫ୍ ଟିମ୍ ଦ୍ୱାରା ଖୁବ କମ୍ ସମୟ ମଧ୍ୟରେ ଗଛ ଗୁଡ଼ିକ କାଟି ରାସ୍ତା ସଫା କରାଯାଇଥିଲା ।

Leave a Reply

Your email address will not be published.