ରାସ୍ତା ଉପରେ ଗଡ଼ୁଛି ବେଆଇନ ଗାଡ଼ି!

ବାଲେଶ୍ୱର ଆରଟିଓ ନାହିରେ ଜଡ଼ାତେଲ ଦେଇ ଶୋଇଛନ୍ତି

ବାଲେଶ୍ୱର, (ଆଇଏନ୍ଏସ୍) : ଦିନକୁ ଦିନ ରାସ୍ତା ଉପରେ ବେଆଇନ ଗାଡ଼ି/ବେଆଇନ ଗାଡ଼ି ଚଲାଇବା ବଢ଼ିବଢ଼ି ଚାଲିଛି । ବିଶେଷକରି ନମ୍ବର ନଥିବା ଗାଡ଼ି, ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ଚଲାଇବା, ୧୮ବର୍ଷରୁ କମ୍ ବୟସର ଯୁବକ/ଯୁବତୀମାନେ ଗାଡ଼ି ଚଲାଇବା ସହିତ ଦୃତ ଗାଡ଼ି ଚାଳନା ଭଳି ଘଟଣା ଲୋକମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ଏସବୁ ପରେ ଏବେ କିଛି ୩ଚକିଆ ମାଲ ବୁହା ଟ୍ରଲି ରାସ୍ତାରେ ଦେଖିବାକୁ ମିଳୁଛି, ଯାହାର ନମ୍ବର ନାହିଁ କିମ୍ବା ରେଜିଷ୍ଟ୍ରେସନ, ଇନ୍ସୁରାନ୍ସ ମଧ୍ୟ ନାହିଁ । ଏହିଭଳି ଗାଡ଼ି ବାଲେଶ୍ୱର ଜିଲ୍ଲାର ସୋର, ବାଲିଆପାଳ, ଚନ୍ଦନେଶ୍ୱର, ଭୋଗରାଇ, ଜଳେଶ୍ୱର ପ୍ରଭୃତି ଅଂଚଳରେ ବହୁ ପରିମାଣରେ ଦେଖିବାକୁ ମିଳୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା, ଏହି ନମ୍ବର ନଥିବା ଟ୍ରଲି ଯଦି କାହାକୁ ଆକ୍ସିଡେଂଟ କଲା, ତେବେ କ୍ଷତିଗ୍ରସ୍ତ ବ୍ୟକ୍ତି ଆକ୍ସିଡେଂଟ ବେନିଫିଟ୍ ପାଇପାରିବ ନାହିଁ କିମ୍ବା କେଉଁ ଗାଡ଼ି ଆକ୍ସିଡେଂଟ କଲା (ନମ୍ବର ନଥିବାରୁ) ତାହା ମଧ୍ୟ ଜାଣିହେବନାହିଁ । ଏସମ୍ପର୍କରେ ବାଲେଶ୍ୱର ଆରଟିଓଙ୍କର ଦୃଷ୍ଟିନାହିଁ । ଏସମ୍ପର୍କରେ ବର୍ଷେ ପୂର୍ବରୁ (୨୩ ଜୁଲାଇ ୨୦୧୮, ସକାଳ ୯.୧୦ମିନିଟ୍ରେ) ଜଣେ ସଚେତନ ବ୍ୟକ୍ତି ଫଟୋ ସହିତ ବାଲେଶ୍ୱର ଏମଭିଆଇଙ୍କୁ ତାଙ୍କର ହ୍ୱାଟ୍ସଆପ୍ ନମ୍ବର (୯୪୩୭୨୦୪୩୫୨)ରେ ଜଣାଇଥିଲେ ଏବଂ ସେହିଦିନ ୯.୧୩ମିନିଟ୍ରେ ସେ ଦେଖିଥିଲେ ମଧ୍ୟ ଆଜି ତାରିଖ ସୁଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ଏବଂ ଏହି ନମ୍ବର ନଥିବା ୩ଚକିଆ ଟ୍ରଲି ରାସ୍ତାରେ ଚାଲିଛି । ଏହା ପ୍ରମାଣିତ କରୁଛିଯେ, ବାଲେଶ୍ୱର ଆରଟିଓ ଆୟୋଜନ କରୁଥିବା ସଡ଼କ ସୁରକ୍ଷା ସପ୍ତାହ ଏକ ପ୍ରହସନ । ସରକାରୀ ତହବିଲରୁ ମାସକୁ ମାସ ମୋଟା ଅଙ୍କର ଦରମା ନେଇ ନାହିଁରେ ଜଡ଼ାତେଲ ଦେଇ ଶୋଉଛନ୍ତି ବାଲେଶ୍ୱର ଆରଟିଓ ।

Leave a Reply

Your email address will not be published.