ସନ୍ଦିଗ୍ଧ ଯୁବକକୁ ଅଟକ ଘଟଣା

ସନ୍ଦିଗ୍ଧ ଯୁବକକୁ ଅଟକ ଘଟଣା

ପାରାଦୀପ, (ଓଏନ୍ଏସ୍): ସନ୍ଦିଗ୍ଧ ଯୁବକର ପାରାଦୀପ ଥାନାରେ ଅଟକ ଥିବା ଘଟଣା । ପାରାଦୀପରେ ଗତ କିଛି ଦିନହେବ ଉତରପ୍ରଦେଶରୁ ଆସିଥିବା ଫେରିବାଲା ବ୍ୟବସାୟୀ ମାନେ ଶୀତ ବସ୍ତ୍ର ବିକ୍ରି କରିବା ସହ କିଛି ଇଲେକଟୋ୍ରନିକ ସାମଗ୍ରୀ ଯଥା ପେନ୍ ଡ୍ରାଇଭ, ମୋବାଇଲ୍ ମେମୋରି କାର୍ଡ ବିକ୍ରି କରିବାକୁ ଆସିଛନ୍ତି । ତେବେ ପାରାଦୀପରେ ଥିବା ଭାରତୀୟ ତଟରକ୍ଷୀ ବାହିନୀରେ ମୁଖ୍ୟ କାର୍ଯ୍ୟାଳୟକୁ ବ୍ୟବସାୟ କରିବା ନିମନ୍ତେ କାର୍ଯ୍ୟାଳୟର ମୁଖ୍ୟ ଫାଟକ ନିକଟକୁ ଜଣେ ଫେରରିବାଲା ଯାଇଥିବାବେଳେ ସେଠାରେ ନିୟୋଜିତ ହୋଇଥିବା ତଟରକ୍ଷୀ ବାହିନୀର କର୍ମଚାରୀ ମାନେ ଯୁବକଟିକୁ ଫେରାଇ ଦେବା ସହ ଯୁବକର ଏଠାରେ ଆସି ବ୍ୟବସାୟ କରିବା ନେଇ ସନେ୍ଦହ ହେବାରୁ ପାରାଦୀପ ଥାନାକୁ ଖବର ଦେବାପରେ ପାାରଦୀପ ଥାନା ଯୁବକଟିକୁ ଅଟକ ରଖିଛି । ତେବେ ଏହି ଯୁବକଟିର ନାମ ମୋହମଦ ସାବିଜ ଥିବାବେଳେ ଘର ଉତରପ୍ରଦେଶର ବୋଲି ଜଣାପଡିଛି । ତେବେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ଭାରତିୟ ତଟରକ୍ଷୀ ବାହିନୀର ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଥିବା ପ୍ରଶ୍ନକୁ ନେଇ ପ୍ରସାରିତ ହୋଇଥିବା ଖବରକୁ ଖଣ୍ଡନ କରିଛନ୍ତି ତଟରକ୍ଷୀ ବାହିନୀର ଡିଆଇଜି ରାଜେଶ ମକୱାନା । ସେ କହିଛନ୍ତି ସଂପୃକ୍ତ ଯୁବକକୁ ଫାଟକ ନିକଟରୁ ଫେରାଇ ଦିଆଯିବା ସହ ପାରାଦୀପ ଥାନାକୁ ହସ୍ତାନ୍ତର କରଯାଇଛି । ଆଉ ଆମ ସୁରକ୍ଷା ଉପରେ ଦିଆଯାଉଥିବା ଟିପ୍ପଣୀ ସମ୍ପୁର୍ଣ ଭାବେ ଭୁଲ । ଯେଉଁ ଗଣମାଧ୍ୟମ ଏଭଳି ଭୁଲ ତଥ୍ୟ ଦେଖାଉଛି ସେଥିରୁ ନିବୃତ ରହି ଠିକ୍ ଖବର ପ୍ରସାରଣ କରିବା ପାଇଁ କୁହାଯାଇଛି ।

Leave a Reply

Your email address will not be published.