ନହରକଂଟାରେ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟିତ
ଭୁବନେଶ୍ୱର, (ଆଇଏନ୍ଏସ୍): ନହରକଂଟା ଠାରେ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଯୋଗଦେଇ ଉଦ୍ଘାଟନ କରି କହିଥିଲେ ସ୍ୱାସ୍ଥ୍ୟୃ ହିଁ ଅମୂଲ୍ୟ ସଂପଦ । ଲୋକମାନଙ୍କର ସ୍ୱାସ୍ଥ୍ୟର ଯନôପାଇଁ ମୁଖ୍ୟମନ୍ତ୍ରୀ ମୋ ସରକାର ଏବଂ ୫ଟି ମାଧ୍ୟମରେ ବିଭିନ୍ନ ପ୍ରକାର ବ୍ୟବସ୍ଥା ଯଥା ହସ୍ପିଟାଲ ଉନ୍ନତିକରଣ, ନୂତନ ଶଯ୍ୟା ଓ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟକେନ୍ଦ୍ରମାନ ତିଆରି କରୁଛନ୍ତି । ଯାହାକି ଲୋକମାନେ ସହଜ ଓ ସୁବିଧାରେ ସ୍ୱାସ୍ଥ୍ୟସେବା ପାଇପାରିବେ । ଅନ୍ୟତମ ଅତିଥିଭାବେ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଯୋଗଦେଇ ଲୋକମାନଙ୍କର ସହଜ ଓ ସୁବିଧା ଚିକିସôା କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିବା ସହ ସ୍ଥାନୀୟ ଅଂଚଳର ଲୋକମାନେ ସ୍ୱାସ୍ଥ୍ୟସେବା ପାଇଁ ଆଉ ବାହାରକୁ ଯିବାକୁ ପଡିବ ନାହିଁ । ଏହି କେନ୍ଦ୍ରରେ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଚିକିତ୍ସାଯୋଗାଇ ଦିଆଯିବବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ସୁବାଷ ଚନ୍ଦ୍ର ପାତ୍ର, ସ୍ୱାକ୍ଷର ରଞ୍ଜନ ମହାନ୍ତି, ପପୁ ଲେଙ୍କା, ରମାକାନ୍ତ ଜେନା, ପ୍ରଭାତ ଦାସ, ଶିବ ଛୋଟରାୟ, ପ୍ରକାଶ ଜେନା, ସନ୍ତୋଷ ଜେନା, ସାଗର ଜେନା, ଲକ୍ଷ୍ମୀଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ହସ୍ପିଟାଲ ହେବା ଦ୍ୱାରା ନହରକଂଟା ରୁଦ୍ରପୁର, ହରିଦାସପୁର, ହଂସପାଳ, ବଙ୍ଗୁଆରୀ, ନୂଆପଟଣା ଓ ଅନ୍ୟାନ୍ୟ ଗ୍ରାମର ଲୋକମାନେ ସୁବିଧାରେ ସ୍ୱାସ୍ଥ୍ୟ ସେବା ପାଇପାରିବେ । ଚଉବନ ଲକ୍ଷଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ସକାଳ ୮ ଟାରୁ ୧୧ଟା ଏବଂ ସଂଧ୍ୟା ୫ ଟାରୁ ୮ ଟା ପର୍ଯ୍ୟନ୍ତ ଖୋଲା ରହିବ । ଏଠାରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯିବା ସହ ମାଗଣା ଔଷଧ ଉପଲବ୍ଧ ହେବ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ଜନସାଧାରଣ ଉପସ୍ଥିତ ଥିଲେ ।