ସାବିତ୍ରୀ ବ୍ରତ ବନାମ ସାମାଜିକ ଦୂରତ୍ୱ
ବାଲେଶ୍ୱର, (ଆଇଏନ୍ଏସ୍): କରୋନାର ପ୍ରଭାବରେ ଦେଶ ତଥା ରାଜ୍ୟରେ ଏବେ ଲକ୍ ଡାଉନ୍ ଜାରୀ ରହିଛି । କରୋନା ପାଇଁ ଜାରୀ ହୋଇଥିବା ଗାଇଡ୍ ଲାଇନ୍ ଅନୁସାରେ ସାମାଜିକ ଦୂରତ୍ୱ ଜରୁରୀ । କିନ୍ତୁ ସାବିତ୍ରୀ ବ୍ରତ ପାଇଁ ଫଳ ଓ ଲୁଗା ଦୋକାନରେ ଦେଖିବାକୁ ମିଳିଥିଲା ଅସମ୍ଭବ ଭିଡ଼ । ଏହି ଭିଡ଼ ଭିତରେ କରୋନା ତଥା ସାମାଜିକ ଦୂରତ୍ୱ କଥା ସମସ୍ତେ ଭୁଲି ଯାଇଥିଲେ । ଫଳ ଓ ଲୁଗା କିଣିବା ପାଇଁ ସତେ ଯେମିତି ପ୍ରତିଯୋଗିତା ଚାଲିଥିଲା ଦୋକାନ ଗୁଡ଼ିକରେ । ପରିସ୍ଥିତିକୁ ଦେଖିଲେ କେହି ବି କହିବ ନାହିଁ ଦେଶ ତଥା ରାଜ୍ୟ ବର୍ତମାନ କୋଭିଡ-୧୯ ସହିତ ଜୁଝୁଛି ବୋଲି ।
ଉପରୋକ୍ତ ଘଟଣା ପ୍ରମାଣିତ କରୁଛି ଯେ, ଆମର ଲୋକମାନେ ପରିସ୍ତିତି ପ୍ରତି କେତେ ସଚେତନ । କେତେ ସଚେତନ ସରକାରୀ ନିୟମ କାନୁନ୍ ପ୍ରତି । ମୋଟ ଉପରେ କହିବାକୁ ଗଲେ ଆମର କୋ÷ଣସି ଦାୟୀତ୍ୱ ନାହିଁ । ସବୁ ଦାୟୀତ୍ୱ ଯେପରି ସରକାରଙ୍କର । ଅତୀତରେ ଏହାର ବହୁ ଚିତ୍ର ମଧ୍ୟ ଦେଖିବାକୁ ମିଳିସାରିଛି । କ୍ୱାରେଂଟାଇନ୍ ସେଂଟରରୁ କିଏ ଲୁଚି ପଳାଇ ଗଲାଣି ତ କେଉଁଠି କ୍ୱାରେଂଟାଇନ୍ ସେଂଟରର ଅନ୍ତେବାସୀ ନିମ୍ନମାନର ଖାଦ୍ୟ କହି ଖାଦ୍ୟ ଫୋପାଡ଼ି ଦେଲେଣି । ପୁଣି କେଉଁଠି ଟିକଟକ୍ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ଼ କଲେଣି । ଏଭଳି ସ୍ଥିତି ସହିତ ଯୋଡ଼ି ହୋଇ ଯାଇଛି ଆଉ ଏକ ଚିତ୍ର । ସାବିତ୍ରୀ ବ୍ରତ ପାଇଁ ସାମଗ୍ରୀ କିଣିବା ନିକଟରେ ତୁଛ ହୋଇ ପଡ଼ିଛି ସାମାଜିକ ଦୁରତ୍ୱ । ଏଭଳି ମାନସିକତା, ଆମର ଅଗ୍ରଗତିର ବାଧକ କହିଲେ ଭୁଲ୍ ହେବନାହିଁ । ଜାପାନର ଲୋକଙ୍କର ଉନ୍ନତ ମାନସିକତା ପାଇଁ ଜାପାନ ଆମ ଠାରୁ ବହୁ ଆଗରେ । କେବେ ଆମର ମାନସିକତାର ପରିବର୍ତନ ଆସିବ ତାହାକୁ ଅପେକ୍ଷା କରିବା ଛଡ଼ା ଅନ୍ୟ କିଛି ବାଟ ନାହିଁ ।