ସ୍ୱାମୀଙ୍କ ସହ ତାଳଦେଲେ ଧର୍ମପତ୍ନୀ ଦୀପା!
ପାରାଦୀପ, (ଓଏନ୍ଏସ୍): ପାରାଦୀପ ନିର୍ବାଚନ ତ୍ରୀମୁଖୀ ଟକ୍କରରେ ଦୁଇ ପ୍ରାର୍ଥୀଙ୍କ ଧର୍ମ ପନôୀ ଅଣ୍ଟା ଭିଡିଛନ୍ତି । ଦୀର୍ଘ ଦିନ ହେବ କଂଗ୍ରେସ ନେତା ଅରିନ୍ଦମ ସର୍ଖେଲଙ୍କ ଧର୍ମ ପନôୀ ଦୀପା ସର୍ଖେଲ ପାରାଦୀପ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳ ଗସ୍ଥ କରି ସଂଗଠନକୁ ମଝଭୂତ କରିଛନ୍ତି । ପୂର୍ବରୁ ପଂଚାୟତ ନିର୍ବାଚନରେ ଦଳର ମଙ୍ଗଧରି ସକ୍ରୀୟ ଭାବେ ରଣ ନୀତି ପ୍ରସ୍ତୁତ କରିଥିଲେ । ତେଣୁ ଚଳିତ ନିର୍ବାଚନରେ ଅନେକ ଦୀପାଙ୍କୁ ପ୍ରାର୍ଥୀ ଭାବେ ଦଣ୍ଡାୟମାନ ହେବା ପାଇଁ ଆଶାବ୍ୟକ୍ତ କରିଥିଲେ । କିନ୍ତୁ ସ୍ୱାମୀଙ୍କୁ ଟିକେଟ ମିଳିବା ପରେ ଯୋରଦାର ଭାବେ କଂଗ୍ରେସର ସ୍ଥିତିକୁ ଆଗକୁ ନେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଜିଲ୍ଲାରେ କଂଗ୍ରେସର ଦ୍ୱିତୀୟ ଆଗଧାଡିର ନେତା ତଥା ରାଜ୍ୟ ରାଜନୀତିରେ ପ୍ରମୁଖ ନେତା ମାନଙ୍କ ମଧ୍ୟରେ ନିଜର ସ୍ଥିତି ଜାହିର କରିଥିବା ଅରିନ୍ଦମ୍ ଙ୍କ ସହ ଦୀପା ଦିନେ ରାଜ୍ୟର ମୁଖ୍ୟ ନେତ୍ରୀ ଭାବେ ଦଣ୍ଡାୟ ମାନ ହେବେ ବୋଲି ଆଶାବ୍ୟକ୍ତ କରଛନ୍ତି ବୁଦ୍ଧିଜୀବୀ ମଣ୍ଡଳୀ । ସରଳ ସ୍ୱଭାବ, ମିଷ୍ଟଭାଷି, ସ୍ନେହୀ ସ୍ୱଭାବର ନେତ୍ରୀ ଦୀପା ଦଳ ଗତ ନିବ ିର୍ଶେଷରେ, ଉଚ୍ଚ ନିଚ୍ଚ, ଧନୀ ଗରିବ ଭେଦ ଭାବ ଭୂଲି କେତେ ଜଣ ବିଶ୍ୱସ୍ଥ ବାନ୍ଧବୀ ସଂଘମିତ୍ରା, କୁନୀଙ୍କୁ ଧରି ସମସ୍ତଙ୍କ ହୃଦୟ ଜିଣୁ ଥିବା ଦେଖିବାକୁ ମିଳିଛି । ଯାହା ସ୍ୱାମୀଙ୍କ ଭୋଟରେ ଅଧିକ ୨୦ ହଜାର ଭୋଟ ସାମିଲ ହେବ ବୋଲି ନେତୃବୃନ୍ଦ ଆକଳନ କରିଛନ୍ତି । ପୁରୁଣା ସାଂଗଠନିକ ପରିଚୟ ସହିତ ଗ୍ରାମାଂଚଳ ଠାରୁ ସହରାଂଚଳରେ ରଣ କୌଶଳ ଠିକ୍ ଠାକ୍ ରଖିଥିବା ଜଣା ପଡିଛି । ସେହିପରି ଭାବେ ସଂପଦଙ୍କ ବାଟରେ ସାମିଲ ହୋଇ ନିର୍ବାଚନ ପ୍ରଚାରରେ ଆଗେଇ ଚାଲିଛନ୍ତି ସଂପଦଙ୍କ ପନôୀ । ନୂଆ କରି ସଂଗଠନ ଚଳେଇବାରେ ଦାଇତ୍ୱ ନେଇ କିଛି ସଫଳ ହେବେ ବୋଲି ଆଶା କରିଛନ୍ତି ଦଳିୟ କର୍ମୀ । ଯାହା ଆଗାମୀ ଦିନରେ ଦକ୍ଷତା ପ୍ରତିପାଦିତ କରିବ । ଅପରପକ୍ଷେ ଭଙ୍ଗା ସଂଗଠନକୁ ସୂଚାର ରୂପେ ଯୋଡି ପାରୁଥିବା ସମ୍ବିତ ଗୋଟି ଚାଳନା କରି ସମସ୍ତଙ୍କ ରଣ ନୀତିକୁ ପଛରେ ପକାଇବାରେ ମାହିର ଅଛନ୍ତି ବୋଲି ଚର୍ଚ୍ଚା ହେଲାଣି । ବାକି ରହିଲା ଦେଖିବାକୁ ୨୩ ତାରିଖ ପରେ ମୁଖ୍ୟମନ୍ତ୍ରୀ ଜଗତ୍ସିଂହପୁର, କେନ୍ଦ୍ରାପଡା ଜିଲ୍ଲା ପ୍ରଚାରରେ ଆସିବା ପରେ ପବନ କୁଆଡେ ବହିବ ।