ସ୍ୱାସ୍ଥ୍ୟ କ୍ଷେତ୍ରର ସମସ୍ୟା ସମାଧାନ ହେଉ

ସ୍ୱାସ୍ଥ୍ୟ କ୍ଷେତ୍ରର ସମସ୍ୟା ସମାଧାନ ହେଉ
ଶରତ କୁମାର ରାଉତ
ଭାରତୀୟ ଅର୍ଥ ବ୍ୟବସ୍ଥା ପୃଥିବୀରେ ସବୁଠୁ ଦ୍ରୂତ ଗତିରେ ବଢି ଚାଲିଛି । ଆମ ଦେଶ ବିଶ୍ୱର ଷଷ୍ଠ ସବୁଠୁ ବଡ଼ ଅର୍ଥ ବ୍ୟବସ୍ଥା । ଆସନ୍ତା ୨୦୨୪ ମଧ୍ୟରେ ଭାରତୀୟ ଅର୍ଥ ବ୍ୟବସ୍ଥା ୫ଲକ୍ଷ କୋଟି ଡ଼ଲାର ହୋଇଯିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି । ଏହାଦ୍ୱାରା ବିଶ୍ୱରେ ଆମର ସ୍ଥାନ ଉପରକୁ ଉଠିବ ଏବଂ ଆମେ ବିଶ୍ୱର ଚତୁର୍ଥ କିମ୍ବା ପଂଚମ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହୋଇଯିବା । ଏବେ ଦେଶ ଯେଭଳି ଆର୍ଥିକ ଉନ୍ନତି ପଥରେ ଅଗ୍ରସର ହେଉଛି, ସେଥିରୁ ଏହା ସ୍ପଷ୍ଟ ଜଣା ପଡ଼ୁଛି । ହେଲେ ଏପର୍ଯ୍ୟନ୍ତ ଆମେ ନିଜ ଦେଶରେ ସ୍ୱାସ୍ଥ୍ୟସେବାର ବିକାଶ ଓ ଶିଶୁ- ମାତୃ ମୃତ୍ୟୁ ଘଟଣାକୁ ନିୟନ୍ତ୍ରଣ କରିପାରି ନାହୁଁ । ଏବେ ମଧ୍ୟ ବିହାର, ଓଡ଼ିଶା ଭଳି ଅନେକ ରାଜ୍ୟରେ ଶିଶୁ ଓ ମାତ୍ୟ ମୃତ୍ୟୁ ହାର ସେମିତି କିଛି କମିନାହିଁ । ଏଣୁ ଆମେ ଅର୍ଥ ବ୍ୟବସ୍ଥାରେ ଆଗକୁ ବଢିଲେ, ବିଦେଶୀ ମାନେ ଆମ ଆର୍ଥିକ ବିକାଶକୁ ଦେଖି ନାକରେ କାଠି ପୁରାଇ ହସିବେ ନିଶ୍ଚୟ । କାରଣ ଆମର ଆର୍ଥିକ ସ୍ଥିତି ସୁଧୁରିବା ସହ ତାଳ ଦେଇ ଆମର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସୁଧୁରିବା ଆବଶ୍ୟକ । ବିଶେଷତଃ କୋମଳ ମତି ଶିଶୁ ମାନଙ୍କର ଅକାଳ ବିୟୋଗ ଆମ ମଜଭୁତ ଆର୍ଥିକ ସ୍ଥିତିକୁ ଦୁନିଆ ସାମ୍ନାରେ ହାସ୍ୟାଷ୍ପଦ କରାଇବ । ଏଥିନେଇ ଆମ ଦେଶରେ ସ୍ୱାସ୍ଥ୍ୟ ବିଶଷଜ୍ଞ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବାସ୍ତବରେ ଏହି ଘଟଣା ଆମ ଆର୍ଥିକ ବିକାଶରେ ସମ୍ମିଳିତ ସ୍ୱାସ୍ଥ୍ୟ କ୍ଷେତ୍ରର ବିକାଶ ଉପରେ ବିରାଟ ପ୍ରଶ୍ନ ଚିହ୍ନ ଲଗାଉଛି ।
ଏବେ ଭାରତର ଆର୍ଥିକ ସ୍ଥିତି ପ୍ରାୟ ୨.୬୧ ଟ୍ରିଲିୟନ୍ ଡ଼ଲାରରେ ପହଂଚିଛି । ମାତ୍ର ଆଶ୍ଚର୍ଯ୍ୟର କଥା ଯେ, ଭାରତ ନିଜ ମୋଟ ଜୀଡ଼ୀପିର କେବଳ ୧.୪ଭାଗ ସ୍ୱାସ୍ଥ୍ୟସେବା ପାଇଁ ଖର୍ଚ୍ଚ କରୁଛି । ହେଲେ ବିଶ୍ୱ ସ୍ତରରେ ହାରାହରୀ ସ୍ୱାସ୍ଥ୍ୟସେବା ବାବଦରେ ୬ ଶତକଡ଼ାରୁ ଅଧିକ ଖର୍ଚ୍ଚ କରାଯାଉଛି । କିନ୍ତୁ ୨୦୧୭ ରେ ନୂଆ ସ୍ୱାସ୍ଥ୍ୟ ନୀତି ଅନୁସାରେ ଭାରତ ୨୦୨୫ ମସିହା ମଧ୍ୟରେ ସ୍ୱାସ୍ଥ୍ୟସେବା ଉପରେ ଜୀଡ଼ୀପୀର ୨.୫ ଶତକଡ଼ା ଖର୍ଚ୍ଚ କରିବାକୁ ଚେଷ୍ଟା କରୁଛି । ତେବେ ଭାରତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୬ ଶତକଡ଼ା ଅର୍ଥ କେବେ ଖର୍ଚ୍ଚ କରିବ, ତାହା ଭଗବାନଙ୍କୁ ଜଣା । ଅନ୍ୟ ଦେଶ ମାନଙ୍କରେ ସରକାର ସ୍ୱାସ୍ଥ୍ୟସେବା ଉପରେ ବହୁ ଅଧିକ ଖର୍ଚ୍ଚ କରନ୍ତି । କିନ୍ତୁ ଆମ ଦେଶରେ ସ୍ୱାସ୍ଥ୍ୟସେବା ବାବଦରେ ବହୁ କମ୍ ଖର୍ଚ୍ଚ ହୁଏ । ଅଧିକାଂଶ ଲୋକେ ଦାରିଦ୍ର‌୍ୟ ସୀମାରେଖା ତଳେ ଜୀବନ ଯାପନ କରୁଛନ୍ତି ଓ ସେମାନେ ସରକାରୀ ସ୍ୱାସ୍ଥ୍ୟସେବା ଉପରେ ହିଁ ଶହେ ଭାଗ ନିର୍ଭର କରନ୍ତି । ଏଣୁ ଦୁର୍ବଳ ସ୍ୱାସ୍ଥ୍ୟ ଭିତିଭୂମି ଯୋଗୁ ଏଠାରେ ଅକାଳରେ ଲୋକେ ମରନ୍ତି ।
ଭାରତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଡ଼ାକ୍ତରଙ୍କ ଅଭାବରେ ଚାଲିଛି । ଆମ ଦେଶରେ ପ୍ରତି ୧ ହଜାର ଲୋକଙ୍କ ପାଇଁ ମାତ୍ର ୦.୦୮ ଡ଼ାକ୍ତର ଅର୍ଥାତ୍‌୧୪୫୭ ଜନସଂଖ୍ୟାରେ ଜଣେ ଡ଼ାକ୍ତର କାର୍ଯ୍ୟ କରୁଛନ୍ତି । ଏଥିରୁ ବିଭିନ୍ନ ରାଜ୍ୟରେ କିଭଳି ଗମ୍ଭୀର ଅବସ୍ଥା ଥିବ, ଦେଖା ଯାଇପାରେ । ଝାଡ଼ଖଣ୍ଡ ରାଜ୍ୟରେ ପ୍ରତି ୮,୧୮୦ ଜନସଂଖ୍ୟାରେ ଜଣେ ଡ଼ାକ୍ତର କାର୍ଯ୍ୟରତ ଥିବାବେଳେ ହରିୟାନାରେ ୬,୦୩୭ ଜନସଂଖ୍ୟାରେ ଜଣେ ଡ଼ାକ୍ତର, ଛତିଶଗଡ଼ରେ ୪,୩୩୮ରେ ଜଣେ ଡ଼ାକ୍ତର, ଉତରପ୍ରଦେଶରେ ୩୭୬୭ ରେ ଜଣେ ଡ଼ାକ୍ତର, ଓଡ଼ିଶାରେ୨୫୪୯ ରେ ଜଣେ ଡ଼ାକ୍ତର ଓ ଶିଶୁ ମୃତ୍ୟୁର ରାଜ୍ୟ ବିହାରରେ ୩୨୦୭ ରେ ଜଣେ ଡ଼ାକ୍ତର କାର୍ଯ୍ୟରତ ଅଛନ୍ତି । ଅବଶ୍ୟ ଆମ ଦେଶର ସବୁ ରାଜ୍ୟର ସ୍ଥିତି ଏତେ ଦୟନୀୟ ନୁହେଁ । କେତେକ ରାଜ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନଦଣ୍ଡ ଠାରୁ ମଧ୍ୟ ଢେର ଭଲ ଅବସ୍ଥାରେ ଅଛନ୍ତି । କର୍ଣ୍ଣାଟକ, ତାମିଲନାଡ଼ୁ, ପଞ୍ଜାବ ଓ ମହାରାଷ୍ଟ୍ରରେ ୧ହଜାର ଜନ ସଂଖ୍ୟାରେ ଜଣେ ଡ଼ାକ୍ତର କାର୍ଯ୍ୟରତ ଥିବାବେଳେ ଆନ୍ଧ୍ରରେ ୧୧୩୦ ଜନସଂଖ୍ୟାରେ ଜଣେ ଡ଼ାକ୍ତର ଓ ଦେଶର ସର୍ବୋତମ ସ୍ୱାସ୍ଥ୍ୟସେବା ତାଲିକାରେ ଗୋଆ ରେକର୍ଡ଼ ସୃଷ୍ଟି କରିଛି । ଏଠାରେ ୪୯୩ ଜନସଂଖ୍ୟାରେ ଜଣେ ଡ଼ାକ୍ତର କାର୍ଯ୍ୟ କରୁଛନ୍ତି ।
ବିଶ୍ୱର ବଡ଼ ଆର୍ଥିକ ଶକ୍ତି ହେବାକୁ ଯାଉଥିବା ଭାରତରେ ସ୍ୱାସ୍ଥ୍ୟ କ୍ଷେତ୍ରର ଦୟନୀୟ ଅବସ୍ଥା ଅତି ଦୁôଃଖ ଦାୟକ । ଭାରତରେ ମୁଖ୍ୟତଃ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଉପଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ହିଁ ସୀମିତ ରହି ଯାଇଛି । କୌଣସି ଜଟିଳ ରୋଗୀର ଚିକିତ୍ସା ପାଇଁ ବାସ୍ତବରେ ଏହିସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡ଼ାକ୍ତର, ପାରାମେଡ଼ିକାଲ୍ କର୍ମଚାରୀ, ଉନ୍ନତ ଚିକିତ୍ସା ଉପକରଣ ଓ ଉପଯୁକ୍ତ ଭିତିଭୂମିର ଘୋର ଅଭାବ ରହିଛି । ଏଥିଯୋଗୁ ଗ୍ରାମାଂଚଳରେ ବିଶେଷତଃ ଶିଶୁ ଓ ମାତୃ ମୃତ୍ୟୁହାର ବଢି ଚାଲିଛି । ଆଶ୍ଚର୍ଯ୍ୟର କଥା ଯେ, ଦେଶରେ ବହୁ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ ହେଉଥିଲେ ହେଁ ସ୍ୱାସ୍ଥ୍ୟ ଭିତିଭୂମିର ଘୋର ଅଭାବ ରହିଛି । ବିଭିନ୍ନ ରାଜ୍ୟର ଦୟନୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆମକୁ କୌଣସି ଶିକ୍ଷା ଦେଇ ପାରୁନାହିଁ ।
ଓଡ଼ିଶାରେ “ଇଣ୍ଡିଆନ୍ ପବ୍ଲିକ୍ ହେଲ୍‌ଥ ଷ୍ଟାଣ୍ଡାର୍ଡ଼”(ଆଇପିଏଚ୍‌ଏସ୍‌)ର ମାନଦଣ୍ଡ ଅନୁଯାୟୀ ସ୍ୱାସ୍ଥ୍ୟ ଭିତିଭୂମିର ସାମାନ୍ୟ ବିକାଶ ହୋଇଥିଲେ ହେଁ ଡ଼ାକ୍ତର ଓ ପାରାମେଡ଼ିକ୍ କର୍ମଚାରୀଙ୍କର ଘୋର ଅଭାବ ରହିଛି । ଡ଼ାକ୍ତର ଓ ଅନ୍ୟାନ୍ୟ ପାରାମେଡ଼ିକ୍ କର୍ମଚାରୀ ଯେ ବାସ୍ତବ ଭିତିଭୂମିର ପ୍ରମୁଖ ଅଙ୍ଗ, ଏହା ହୁଏତ ସ୍ୱାସ୍ଥ୍ୟ ପ୍ରଶାସନର ମୁଣ୍ଡରେ ପଶୁୁନାହିଁ । ଆଇପିଏଚ୍‌ଏସ୍ ଅନୁଯାୟୀ ଓଡ଼ିଶାର ଉପସ୍ୱାସ୍ଥ୍ୟକେନ୍ଦ୍ର ସମେତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟାକନ୍ଦ୍ର ଓ ଜିଲ୍ଲା ସଦରମହକୁମା ଡ଼ାକ୍ତରଖାନାରେ୧୫୦୧୪ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କର ନିଯୁକ୍ତିର ଆବଶ୍ୟକତା ଥିବାବେଳେ ଏବେ କାର୍ଯ୍ୟରତ ଅଛନ୍ତି ୭୨୧୫ । ସେହିପରି ୧୨୭୯ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୨୩୧ ଗୋଷ୍ଠୀ ସ୍ୱାସ୍ଥ୍ୟାକନ୍ଦ୍ର, ୫୮ ଉପଜିଲ୍ଲା ସ୍ୱାସ୍ଥ୍ୟାକନ୍ଦ୍ର,୨୮ ଜିଲ୍ଲା ସଦରମହକୁମା ଡ଼ାକ୍ତରଖାନା(୨୦୧-୩୦୦ ଶଯ୍ୟା) ଓ ୪ ଜିଲ୍ଲା ସଦରମହକୁମା ଡ଼ାକ୍ତରଖାନା(୩୦୧-୫୦୦ ଶଯ୍ୟା), ବ୍ରହ୍ମପୁର, ବୁର୍ଲା ଓ କଟକ ବଡ଼ ମେଡ଼ିକାଲ୍‌ରେ ୧୪୧୯୨ ଷ୍ଟାଫ୍ ନର୍ସ ଙ୍କର ନିଯୁକ୍ତି ଆବଶ୍ୟକତା ଥିବାବେଳେ ଏବେ କାର୍ଯ୍ୟରତ ଅଛନ୍ତି ମାତ୍ର ୩୫୨୩ । ହେଡ଼୍ ନର୍ସ, ମ୍ୟାଟ୍ରନ୍‌, ସହକାରୀ ମ୍ୟାଟ୍ରନ୍‌, ପିଏଚ୍‌ଏନ୍‌, ଡ଼ିପିଏଚ୍‌ଏନ, ମହିଳା ପରିଦର୍ଶିକା, ଫାର୍ମାସିଷ୍ଟ, ଏଲ୍‌ଟି, ଭଳି ବହୁ ପାରାମେଡ଼ିକ୍ କର୍ମୀଙ୍କର ନିଯୁକ୍ତିର ଆବଶ୍ୟକତା ରହିଛି । ତେବେ ଓଡ଼ିଶାରେ ଡ଼ାକ୍ତର ଅଭାବ ସମସ୍ୟା ଏକ ଜଟିଳ ରୂପ ନେଇଛି । ଜାତୀୟ ସ୍ତରରେ ସମାନ ହେବାକୁ ଏଠାରେ ୧୦ ହଜାର ଡ଼ାକ୍ତରଙ୍କ ଆବଶ୍ୟକତା ରହିଛି । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଓଡ଼ିଶାରେ୧ ହଜାର ଲୋକଙ୍କ ପାଇଁ ଜଣେ ଡ଼ାକ୍ତରଙ୍କର ଆବଶ୍ୟକତା ରହିଛି । ସ୍ୱାସ୍ଥ୍ୟସେବା ଦିଗରେ ଆମେ କାହିଁକି ପଛରେ ପଡ଼ିଛୁ, ବ୍ୟାପକ ସମୀକ୍ଷା ହେବା ଉଚିତ । ଆମ ରାଜ୍ୟରେ ଅଧିକ ଡ଼ାକ୍ତର ସୃଷ୍ଟି ହେବା ସହ ଆବଶ୍ୟକୀୟ ପାରାମେଡ଼ିକ୍ କର୍ମୀ ନିଯୁକ୍ତି ପାଇଲେ ହିଁ ବାସ୍ତବ ଭିତିଭୂମିର ବିକାଶ ହୋଇପାରିବ । ଆମର ଯଦିଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ଅନୁଯାୟୀ ସ୍ୱାସ୍ଥ୍ୟ ଭିତିଭୂମି ବିକଶିତ ହୋଇ ପାରନ୍ତା ଓ ୧ ହଜାର ଲୋକଙ୍କ ପାଇଁ ଜଣେ ଡ଼ାକ୍ତର କାର୍ଯ୍ୟ କରନ୍ତେ, ତେବେ ଆଗାମୀ ଦିନରେ ଆମ ଓଡ଼ିଶା ସହଜରେ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାକୁ ବି ସମାଧାନ କରି ପାରନ୍ତ ।
ସେହିପରି କରୋନା ସମୟରେ ମୁଖ୍ୟତଃ ନର୍ସ ମାନଙ୍କର ସେବାକୁ ସବୁ ମହଲରେ ଭୁରି ଭୁରି ପ୍ରଶଂସା କରାଯାଇଥିଲା । ଏଣୁ ସେମାନଙ୍କର ସେବାକୁ ସମ୍ମାନ ଦେଇ ସେମାନଙ୍କ ଅବସର ବୟସ ସୀମା ୬୫ ବର୍ଷ କୁ ବୃଦ୍ଧି କରାଯିବାର ଆବଶ୍ୟକତା ଥିବା ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ମହାମାରୀର ତାଣ୍ଡବ ବେଳେ ନର୍ସମାନେ ନିଜ ଜୀବନକୁ ଖାତିର ନକରି ସାଧାରଣ ଲୋକ ମାନଙ୍କୁ ଅକୁଣ୍ଠିତ ସେବା ଯୋଗାଇ ଥିବାରୁ ମୁଖ୍ୟମନ୍ତ୍ରୀ ମଧ୍ୟ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଆଗାମୀ ବର୍ଷ ମାନଙ୍କରେ ବହୁ ନର୍ସ ଅବସର ନେବେ । ମାତ୍ର ଏହି ସମୟରେ ସରକାର ସେହି ଅଭିଜ୍ଞ ନର୍ସ ମାନଙ୍କୁ ଅବସର ଦେବା ଠିକ୍ ନୁହେଁ ବୋଲି କୁହା ଯାଉଛି । ଏଣୁ ମୁଖ୍ୟମନ୍ତ୍ରୀ ନର୍ସ ମାନଙ୍କର ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରି ସେମାନଙ୍କ ଉତ୍ସର୍ଗୀକୃତ ସେବାକୁ ପୁରସ୍କୃ କରିବା ଆବଶ୍ୟକ । ଏହାଦ୍ୱାରା ନର୍ସ ଅଭାବ ପୂରଣ ହେବା ସହ ସେମାନଙ୍କ ନିଷ୍ଠା ପାଇଁ ସରକାର କିଛି କଲେ ବୋଲି ଜଣା ପଡ଼ିବ ।
ଓଡ଼ିଶା ନ୍ୟୁଜ୍ ସର୍ଭିସ୍ ,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮

5 thoughts on “ସ୍ୱାସ୍ଥ୍ୟ କ୍ଷେତ୍ରର ସମସ୍ୟା ସମାଧାନ ହେଉ

  1. أنابيب المطاط المتاحة أيضًا في مصنع إيليت بايب مصممة لتحمل الظروف القاسية، حيث توفر مرونة استثنائية ومتانة. هذه الأنابيب مثالية للتطبيقات التي تتطلب مقاومة للتآكل والمواد الكيميائية ودرجات الحرارة المتفاوتة. كأحد أفضل المصانع وأكثرها موثوقية في العراق، نضمن أن أنابيب المطاط لدينا تلتزم بأعلى معايير الأداء والسلامة. اكتشف المزيد عن منتجاتنا على elitepipeiraq.com.

Leave a Reply

Your email address will not be published.