ହୃଦରୋଗ ସେବାକ୍ଷେତ୍ରରେ ଆଉଏକ ଫର୍ଦ୍ଦ ଜୋଡିଲା କେୟାର ହସ୍ପିଟାଲ

ହୃଦରୋଗ ସେବାକ୍ଷେତ୍ରରେ ଆଉଏକ ଫର୍ଦ୍ଦ ଜୋଡିଲା କେୟାର ହସ୍ପିଟାଲ

ଭୁବନେଶ୍ୱର, (ଆଇଏନ୍ଏସ୍): ହୃଦରୋଗ ସେବା କ୍ଷେତ୍ର୍ରରେ କେୟାର ହସ୍ପିଟାଲ ସବୁବେଳେ ଆଗରେ ରହିଆସିଛି । ଏହାର ଅଭିଜ୍ଞ ଡାକ୍ତରୀ ଦଳ, ନୂତନ ଯନ୍ତ୍ରପାତି ଓ ଉନ୍ନତ ଜ୍ଞାନ କୌଶଳ ଦ୍ୱାରା ହୃଦରୋଗୀଙ୍କୁ ସେବା ସୁଷୃତ୍ସା ଯୋଗାଇ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଛି । ଅନେକ ରୋଗୀ ଏଠାରୁ ଆରୋଗ୍ୟ ଲାଭ କରିଛନ୍ତି । ରୋଗୀ ମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ କେୟାର ହସ୍ପିଟାଲ ପକ୍ଷରୁ ଆଉ ଏକ କ୍ୟାଥଲାବ୍ ଉଦଘାଟିତ ହୋଇଯାଇଛି । ଆଜି କେୟାର ହସ୍ପିଟାଲ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ଏହାକୁ ଉଦଘାଟନ କରିଛନ୍ତି । ସେ କହିଛନ୍ତି ବର୍ତମାନ ସମୟରେ ଲୋକମାନଙ୍କ ବ୍ୟସ୍ତବହୁଳ ସମୟ ମଧ୍ୟରେ ଖାଦ୍ୟ ପେୟର ଠିକ୍ ଠିକଣା ରହୁନାହିଁ । ଆଜିକାଲି ବହୁଲୋକ ହୃଦ୍ ରୋଗରେ ଆକ୍ରାନ୍ତ ହେଉଥିବାର ନଜିର ଆସୁଛି । ହାର୍ଟଆଟାକ୍ ସମୟରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଗଲେ ଲୋକଟି ଆରୋଗ୍ୟ ଲାଭ କରିବ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସୁବାସ ପାତ୍ର, ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଗୁରୁତି କୌର ସେଠୀ, ମହେନ୍ଦ୍ର ତ୍ରିପାଠୀ, ଗିରିଧାରୀ ଜେନା ଓ ସୁପରିଟେଣ୍ଡେଂଟ ଡାକ୍ତର ସ୍ମିତା ପାଢ଼ୀ ଏବଂ ହୃଦ୍ରୋଗ ବିଭାଗର ସମସ୍ତ ଡାକ୍ତର ଓ କର୍ମଚାରୀ ଯୋଗଦେଇଥିଲେ ।

Leave a Reply

Your email address will not be published.