ଇମ୍ପାକ୍ଟ ପକ୍ଷରୁ ୪୨ ତମ ସାରଳା ପୁରସ୍କାର ଘୋଷଣା

ଇମ୍ପାକ୍ଟ ପକ୍ଷରୁ ୪୨ ତମ ସାରଳା ପୁରସ୍କାର ଘୋଷଣା

ଭୁବନେଶ୍ୱର, (ଓଏନ୍ଏସ୍/ଆଇଏନ୍ଏସ୍): ବିଶିଷ୍ଟ କଥାକାର ପାରମିତା ଶତପଥୀ ତାଙ୍କ ଉପନ୍ୟାସ “ଅଭିପ୍ରେତ କାଳ” ନିମନ୍ତେ ୪୨ ତମ ସାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଏହି ପୁସ୍ତକଟି ୨୦୧୬ ମଶିହାରେ ପଶ୍ଚିମା ପ୍ରକାଶନ, ଭୁବନେଶ୍ୱର ଦ୍ୱାରା ପ୍ରକାଶିତ । ପୁରସ୍କାର ସ୍ୱରୂପ କଥାକାର ପାରମିତା ଶତପଥୀଙ୍କୁ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ ।
ଏହା ସହିତ କଳା ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତି ବର୍ଷ ପ୍ରଦାନ କରାଯାଉଥିବା ବଂଶୀଧର-ଇଲା ପଣ୍ଡା ସଙ୍ଗୀତ ଓ କଳା ସମ୍ମାନ ଖୁବ ଶୀଘ୍ର ପ୍ରଦାନ କରାଯିବ ବୋଲି କୁହା ଯାଇଛି ।
  କୋଭିଡ଼୍ କଟକଣାକୁ ଆଖିରେ ରଖି ଚଳିତ ବର୍ଷ ପୁରସ୍କାର ସମାରୋହ ଆୟୋଜନ କରାନଯାଇ ବ୍ୟକ୍ତିଗତ ଭାବେ ପ୍ରଦାନ କରାଯିବ ।
ପ୍ରକାଶ ଥାଉ କି, ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ଡ଼ଃ ବଂଶୀଧର ପଣ୍ଡା ଏବଂ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ “ଶାରଳା ପୁରସ୍କାର” ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ମେଟାଲସ୍ ଆଣ୍ଡ ପବ୍ଲିକ ଚାରିଟେବଲ୍(ଇମ୍ପାକ୍ଟ) ଆନୁକୂଲ୍ୟରେ ୧୯୮୦ ମସିହା ଠାରୁ ପ୍ରତିବର୍ଷ ପ୍ରଦାନ କରାଯାଇ ଆସୁଅଛି । ଇମ୍ପାକ୍ଟ ର ଅନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ ହେଲା, “ଏକଲବ୍ୟ ପୁରସ୍କାର” ଯାହାକି ପ୍ରତିବର୍ଷ ଓଡ଼ିଶାର ଯୁବ କ୍ରୀଡ଼ା ପ୍ରତିଭା ମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉକ୍ରର୍ଷ ନିମନ୍ତେ ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରାଯାଇଥାଏ ।

2 thoughts on “ଇମ୍ପାକ୍ଟ ପକ୍ଷରୁ ୪୨ ତମ ସାରଳା ପୁରସ୍କାର ଘୋଷଣା

Leave a Reply

Your email address will not be published.