ଦୁଇଟି ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଦୁଇଟି ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ଓଏନ୍ଏସ୍/ଆଇଏନ୍ଏସ୍): ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ଦୁଇଟି ପୁସ୍ତକ “ଉର୍ବଶୀର ଗାଁ” ଏବଂ “ଆଜିର ଦିନଟି ମୋର” ଉନ୍ମୋଚନ କରିଛନ୍ତି ।

      ରବିପ୍ରିୟ ଦାଶଙ୍କ କବିତା ସଂକଳନ “ଉର୍ବଶୀର ଗାଁ” ପୁସ୍ତକରେ ପ୍ରକୃତିର ମହନୀୟତା ସହିତ ତାଙ୍କ ଜୀବନ ଯାତ୍ରାର ଅନୁଭବର ସାବଲୀଳ ଉପସ୍ଥାପନା କବିତା ଗୁଡ଼ିକୁ ଅଧିକ ଆକର୍ଷଣୀୟ କରି ପାରିଛି । ସୂଚନାଯୋଗ୍ୟ ଯେ, କବି ଶ୍ରୀ ରବିପ୍ରିୟ ଦାଶ ଏକା ଧାରରେ ଜଣେ ପ୍ରତିଷ୍ଠିତ ସାମ୍ବାଦିକ, କବି, ଗାଳ୍ପିକ ଓ ସ୍ତମ୍ଭକାର ଭାବେ ଜଣାଶୁଣା । ଶ୍ରୀ ଦାଶ ଏବେ ଓଡ଼ିଆ ଦୈନିକ ଖବରକଗେଜ “ସମାଜ” ଭୁବନେଶ୍ୱରର ବରିଷ୍ଠ ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ “ଉର୍ବଶୀର ଗାଁ” ପୁସ୍ତକର ସଫଳତା କାମନା କରିଛନ୍ତି ।

ପୁସ୍ତକ “ଆଜିର ଦିନଟି ମୋର” ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ତଥା ଗଞ୍ଜାମ ଜିଲ୍ଲାପାଳ ଶ୍ରା ବିଜୟ ଅମୃତ କୁଲାଙ୍ଗେଙ୍କ ଦ୍ୱାରା ରଚିତ । ଏଥିରେ ସେ ତାଙ୍କର ଜୀବନ ସଂଘର୍ଷ ଓ ସଫଳତାକୁ ଅତି ଜୀବନ୍ତ ଭାବରେ ଉପସ୍ଥାପନ କରିଛନ୍ତି । ପୁସ୍ତକଟି ଯୁବ ସମାଜ ପାଇଁ ପ୍ରେରଣାଦାୟୀ ହେବା ସହିତ ପାଠକୀୟ ଆଦର ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଓଏନ୍ଏସ/ଆଇଏନ୍ଏସ୍ ।

One thought on “ଦୁଇଟି ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

Leave a Reply

Your email address will not be published.