ବିଜୟନଗରରେ ଡ଼ଙ୍ଗାବୁଡ଼ି ଘଟଣା: ଅଳ୍ପକେ ବର୍ତିଲେ ଯାତ୍ରୀ

ବିଜୟନଗରରେ ଡ଼ଙ୍ଗାବୁଡ଼ି ଘଟଣା: ଅଳ୍ପକେ ବର୍ତିଲେ ଯାତ୍ରୀ

କେନ୍ଦ୍ରାପଡା, (ଓଏନ୍ଏସ୍): ନିପାଣିଆ ଡଙ୍ଗାବୁଡିକୁ ମାତ୍ର ଏକମାସ ବିତିଥିବା ବେଳେ ସେଦିନର ସେହି କାଳରାତ୍ରି କଥା ମନେ ପଡିଲେ ଆଜି ମଧ୍ୟ ଦେହ ଥରି ଉଠୁଛି । ଗତକାଲି ଅପରାହ୍ନ ୪ ଟା ସମୟରେ କେନ୍ଦ୍ରାପ଼଼ଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବିଜୟନଗର ଘାଟରେ ଗୋବରୀ ନଦୀରେ ଡଙ୍ଗାବୁଡି ଘଟଣା ପୁନଶ୍ଚ ସମସ୍ତଙ୍କ ମନକୁ ଦୋହଲାଇ ଦେଇଛି । ସୂଚନାଯୋଗ୍ୟ ଯେ, ହୁଲି ଡଙ୍ଗାଟି ବିଜୟନଗର ଫେରି ଘାଟ କୂଳରେ ବୁଡିଥିବାରୁ ଓ ଦିନ ସମୟ ଥିବାରୁ କେହି ମୃତାହତ ହୋଇନାହାନ୍ତି । ତେବେ ଏହି ହୁଲି ଡଙ୍ଗାଟି ବିଜୟନଗରରୁ କିଅ।ର ବାଙ୍କ ଯାଉଥିଲା । ଡଙ୍ଗାରେ ଥିବା ୨୫ ଜଣ ଯାତ୍ରୀ ଅଳ୍ପକେ ବର୍ତିଯାଇଛନ୍ତି । ସ୍ଥାନୀୟ ଲୋକଙ୍କ ଦ୍ଵାରା ସମସ୍ତେ ଉଦ୍ଧାର ହୋଇଛନ୍ତି । ଡ଼ଙ୍ଗାରେ ୬ଟି ମୋଟର ସାଇକେଲ ଓ ୪ଟି ସାଇକେଲ ଥିଲା । କ୍ଷମତା ଠାରୁ ଅଧିକ ବୋଝେଇ ଥିଲା ଡଙ୍ଗା । ସୂଚନାଯୋଗ୍ୟ ଯେ, ଜିଲ୍ଲାର ବିଭିନ୍ନ ନଦୀଘାଟରେ ବିନା ସୁରକ୍ଷାରେ ଓ ବିନା ଲାଇଫ ଜ୍ୟାକେଟରେ ଡଙ୍ଗାଗୁଡିକ ନିତିଦିନ ଚାଲୁଛି । ଏଥି ପ୍ରତି ବ୍ଲକ ପ୍ରାଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧି ଜିବି ମହଲରେ ଦାବି ହୋଇଛି ।

Leave a Reply

Your email address will not be published.