ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ୍ ପାଣ୍ଠିକୁ ଓଡ଼ିଶା ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନିୟର ସଂଘର ସହୟତା
ଭୁବନେଶ୍ୱର, (ଆଇଏନ୍ଏସ୍): ଓଡ଼ିଶା ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନିୟର ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୪,୫୦୦ ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।
ସଂଘର ସଭାପତି ଲା ଇଂ ବିପିନ ବିହାରୀ ନାୟକ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ୍ କରି ଏହି ଅର୍ଥରାଶି ଡ଼୍ରାଫ୍ଟ ଆକାରରେ ପ୍ରଦାନ କରିବାକୁ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ତାଙ୍କ ଅଫିସ୍ ର ଡ଼େପୁଟି କଲେକ୍ଟରଙ୍କୁ ଏହି ଅର୍ଥରାଶି ଗ୍ରହଣ କରିବାକୁ ନର୍ଦେଶ ଦେଇଥିଲେ । ପ୍ରକାଶଥାଉକି ପୂର୍ବରୁ ଓଡ଼ିଶାରେ ଫନି, ତିତିଲ୍, ହୁଡ୍ହୁଡ୍, ଅମ୍ଫାନ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସଂଘ ତରଫରୁ ଅନେକଥର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅର୍ଥରାଶି ପ୍ରଦାନ କରାଯାଇଛି ଏବଂ ସମାଜରେ ଅବହେଳିତ, ଗରିବ, ନିଷ୍ପେସିତ, ନିର୍ଯ୍ୟାତିତ ଓ ଅସହାୟ ଲୋକମାନଙ୍କୁ ମଧ୍ୟ ବହୁ ସମୟରେ ସଂଘ ତରଫରୁ ସହାୟତାର ହାତ ବଢାଇ ଆସିଛି ।