ଓଡ଼ିଶାରେ କେତେ ସଫଳ ସଡ଼କ ପ୍ରକଳ୍ପ
ଶରତ କୁମାର ରାଉତ
ସଂପ୍ରତି ଓଡ଼ିଶାରେ ରାସ୍ତାଘାଟ ସମସ୍ୟା ସୁଧୁରୁଛି । ମାତ୍ର କେତେକ ଗାଁ, ପଂଚାୟତ ଓ ବ୍ଲକ୍ ସଦର ମହକୁମା ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ଏତେଟା ସୁଧୁରି ପାରିନାହିଁ । କେତେକ ରାସ୍ତା କିଛି ବର୍ଷ ତଳୁ ମରାମତି ହୋଇନାହିଁ । ଅଳ୍ପ କେତେକ ନିର୍ମାଣାଧିନ ନଦୀ ସେତୁ ଦୀର୍ଘ ବର୍ଷ ତଳୁ ଅଧାପନ୍ତରିଆ ଭାବେ ପଡ଼ି ରହିଛି । ଯଦ୍ୱାରା ମୁଖ୍ୟତଃ ଆଦିବାସୀ ବହୁଳ ଅଂଚଳରେ ଲକ୍ଷ ଲକ୍ଷ ଲୋକେ ନିଜ ବ୍ଲକ୍ ସଦର ମହକୁମାରେ ପହଂଚିିବାରେ ନାନା ଅସୁବିଧାର ସନ୍ମୁଖିନ ହେଉଛନ୍ତି । ତଥାପି ଓଡ଼ିଶାକୁ ଅତ୍ୟାଧୁନିକ ମନୋରମ ରାଜ୍ୟରେ ପରିଣତ କରିବାରେ ନିର୍ମାଣ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସୁଲଭ ଗମନା ଗମନ ବ୍ୟବସ୍ଥା କୌଣସି ବିକଶିତ ରାଜ୍ୟ ବା ଦେଶର ମୁଖ୍ୟ ପରିଚୟ । ଏହା ମଧ୍ୟ ସାଧାରଣ ଲୋକଙ୍କର ଆର୍ଥିକ ଓ ସାମାଜିକ ଅବସ୍ଥା ପରିବର୍ତନରେ ସହାୟକ ହୋଇଥାଏ । ହୁଏତ ଏହାକୁ ଦୃଷ୍ଟିରେ ରଖି ୮/୯ବର୍ଷ ତଳୁ ରାସ୍ତାଘାଟ, କୋଠାବାଡ଼ି, ସେତୁ ଓ ଓଭର୍ ବ୍ରିଜ୍ ନିର୍ମାଣ କ୍ଷେତ୍ରରେ ରାଜ୍ୟର ପ୍ରାୟ ସମସ୍ତ ୫୬ଟି ପୂର୍ତ ଡ଼ିଭିଜନ୍ ସକ୍ରିୟ ରହିଛି । ମୁଖ୍ୟତଃ ନିର୍ମାଣ କ୍ଷେତ୍ରରେ ପଛୁଆ ଥିବା ଆଦିବାସୀ ଅଂଚଳର କେତୋଟି ଡ଼ିଭିଜନ୍ ଗତ ୫ ବର୍ଷ ଭିତରେ ଧାର୍ଯ୍ୟଲକ୍ଷ୍ୟ ସଫଳତା ହାସଲ କରିବାରେ ସମର୍ଥ ହୋଇ ପାରିଛନ୍ତି । ପୂର୍ବରୁ ବିଭିନ୍ନ ନିର୍ମାଣ କାର୍ଯ୍ୟ ଧାର୍ଯ୍ୟଲକ୍ଷ୍ୟ ସମୟ ସୀମା ମଧ୍ୟରେ ଶେଷ ନହୋଇ ବହୁ ଅଧିକ ସମୟ ବ୍ୟୟ ହେଉଥିଲା । ଏପରିକି ମୁଖ୍ୟ ରାସ୍ତା ଗୁଡ଼ିକର ମରାମତି ପାଇଁ ସାଧାରଣ ଲୋକଙ୍କୁ ବାରମ୍ବାର ଆନ୍ଦୋଳନ କରିବାକୁ ପଡ଼େ କିମ୍ବା ନେତା ଓ ଅଫିସରମାନଙ୍କୁ ଗୁହାରି କରି ନୟାନ୍ତ ହେବାକୁ ପଡ଼େ । ମାତ୍ର ସମୟ ବଦଳିବା ସହ ଅବସ୍ଥାରେ ପରିବର୍ତନ ହୋଇଛି । ଏବେ ଯୁଦ୍ଧକାଳୀନ ଭିତିରେ ନିର୍ମାଣ କାର୍ଯ୍ୟ କରାଯାଇ ରାସ୍ତା ଓ ଅନ୍ୟାନ୍ୟ ସରକାରୀ କୋଠାବାଡ଼ି ଗୁଡ଼ିକୁ ଅତ୍ୟାଧୁନିକ ଶୈଳୀରେ ନବୀକରଣ କରାଯାଉଛି ।
ଇତି ମଧ୍ୟରେ ଓଡ଼ିଶାରେ ନିର୍ମାଣ ଯୁଗ ଆରମ୍ଭ ହୋଇଥିବା କୁହାଯାଇପାରେ । ଦୀର୍ଘଦିନ ତଳୁ ସରକାରୀ ନାଲିଫିତା ତଳେ ବାନ୍ଧି ହୋଇ ରହିଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପ ଓ ସେତୁ ପ୍ରକଳ୍ପ ଇତିମଧ୍ୟରେ ପୂର୍ଣ୍ଣାଙ୍ଗ ରୂପ ନେଇ ସାରିଛି । ସାରା ରାଜ୍ୟରେ ବିଭିନ୍ନ ସଡ଼କ ଓ ସେତୁ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ଗ୍ରାମାଂଚଳ ଭିତିଭୂମି ବିକାଶ ଫଣ୍ଡ ଅଧୀନରେ ତଥା ନାବାର୍ଡ଼ ସହାୟତାରେ ରାଜ୍ୟରେ ୨୦୭ ଟି ସଡ଼କ ପ୍ରକଳ୍ପ(୩୦୨୮କିମି) ଏବଂ ୧୪୬ ଟି ସେତୁ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ସ୍ୱତନ୍ତ୍ର କେନ୍ଦ୍ରୀୟ ଅନୁଦାନରେ ‘ରିଭାଇଜ୍ଡ଼ ଲଙ୍ଗ ଟର୍ମ ଆକ୍ସନ୍ ପ୍ଲାନ୍’ ଅନୁଯାୟୀ କେବିକେ ଅଂଚଳର ରାସ୍ତା ଗୁଡ଼ିକ ନବୀକରଣ ସହ ନୂଆ ସେତୁ, ରାସ୍ତା, କଲଭର୍ଟ ଆଦି ନିର୍ମାଣ ହୋଇଛି । ରାଜ୍ୟର ତୀର୍ଥସ୍ଥାନ ଓ ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକ ମଧ୍ୟରେ ଗମନାଗମନ ସୁବିଧା ପାଇଁ ୨୦୧୨-୧୩ ରୁ ଆରମ୍ଭ ହୋଇଥିବା ସଡ଼କ ସଂଯୋଗୀ କରଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି । ଏଥିପାଇଁ ଅତିରିକ୍ତ କେନ୍ଦ୍ରୀୟ ଅନୁଦାନ ୧୧୪.୬୭ କୋଟି ଟଙ୍କାରେ ଅଧୂରା ରାସ୍ତା ଓ ସେତୁ ନିର୍ମାଣ ସହିତ ୪୦ ଟି ଅନଗୋଇଙ୍ଗ୍ ରାସ୍ତା ନିର୍ମାଣ ହୋଇଛି ଏବଂ ୭୦ କିମି ରାସ୍ତାର ଉନ୍ନତି କରଣ କରାଯାଇଛି । ୧୨୧୯କିମି ଦୈର୍ଘ୍ୟ ବିଶିଷ୍ଟ ବିଜୟୱାଡ଼ା-ରାଂଚିି ସଡ଼କ ପ୍ରକଳ୍ପ ମୁଖ୍ୟତଃ ଓଡ଼ିଶାର ନକ୍ସଲ ପ୍ରଭାବିତ ୧୩ଟି ଆଦିବାସୀ ଜିଲ୍ଲା (ଓଡ଼ିଶା ନିର୍ମାଣ ବିଭାଗ ଅଧୀନସ୍ଥ ୯୮୩.୭୦ କିମି) ଭିତର ଦେଇ ଲମ୍ବିଛି । ସଂପୃକ୍ତ ଦରିଦ୍ର ଆଦିବାସୀ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଯିବାର ଲକ୍ଷ୍ୟ ନେଇ ଉକ୍ତ ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । ୨୦୧୨-୧୩ ମସିହାରେ ଭାରତ ସରକାର ୧୦ଟି ସଡ଼କ ପ୍ରକଳ୍ପ ମଂଜୁରୀ କରିଥିଲେ, ଯାହାର ବ୍ୟୟ ଅଟ୍ଟକଳ ଥିଲା ୩୭୫.୨୫ କୋଟି ଟଙ୍କା । ଏହି ପ୍ରକଳ୍ପ ବ୍ୟୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଅଧା-ଅଧା ଭାଗ ଅର୍ଥ ବହନ କରିବାର ଥିଲା । ଏହି ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ୨୦୧୩-୧୪ ମସିହାରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ “ଷ୍ଟେଟ୍ ହାଇୱେ ଡ଼େଭେଲପ୍ମେଂଟ ପ୍ରୋଗ୍ରାମ” । ଏହି ପ୍ରୋଗ୍ରାମ ଅନ୍ତର୍ଗତ ୪୧୧ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ କଟକ-ଚାନ୍ଦବାଲି ସଡ଼କ ପ୍ରକଳ୍ପ କାର୍ଯ୍ୟ ୨୦୧୭ରେ ସଂପୂର୍ଣ୍ଣ ହୋଇଥିଲା । ସେହିପରି ଢେଙ୍କାନାଳ, ଗଞ୍ଜାମ, ବୌଦ୍ଧ, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଅଂଚଳର ୧୪ ଟି ସଡ଼କ ପ୍ରକଳ୍ପ ୨୦୧୬-୧୭ରେ ସଂପୂର୍ଣ୍ଣ ହୋଇଛି । ସେଂଟ୍ରାଲ୍ ରୋଡ଼୍ ଫଣ୍ଡ୍ ସହାୟତାରେ ବ୍ରହ୍ମପୁର-ତପ୍ତପାଣି, (୪୧କିମି), ଭବାନୀପାଟଣା-ଖଡ଼ିଆଳ(୬୮କିମି), ଚାନ୍ଦବାଲି-ଭଦ୍ରକ-ଆନନ୍ଦପୁର(୯୫କିମି) ଓ ଜଗତପୁର-ଚାନ୍ଦବାଲି(୧୦୬କିମି) ରାସ୍ତାର କାର୍ଯ୍ୟକ୍ଷମ ହୋଇ ସାରିଛି । ୨୦୧୩-୧୪ରେ ରାଜ୍ୟ ସରକାର ମଧ୍ୟ ଏକ ନୂଆ ଯୋଜନା “ସହରାଞ୍ଚଳ ରାସ୍ତା ଉନ୍ନତିକରଣ” ଆରମ୍ଭ କରିଥିଲେ । କିଛିବର୍ଷ ତଳୁ ୧୨୪ଟି ରାସ୍ତା(୨୦୩.୦୯ କିମି)ର ଉନ୍ନତିକରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ କାର୍ଯ୍ୟକ୍ଷମ ହୋଇ ସାରିଛି । ଏଥିରେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସମେତ୧୯ ଟି ପୌରାଂଚଳ ଓ ୧୮ଟି ବିଜ୍ଞାପିତ ଅଂଚଳ ପରିଷଦ ସାମିଲ୍ ଥିଲେ । ନାବାର୍ଡ଼ ସହାୟତାରେ ୧୪୨.୭୭କୋଟି ଟଙ୍କା ବ୍ୟୟରେ ୨୦୧୩ ଡ଼ିସେମ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିତି ପ୍ରସ୍ତର ସ୍ଥାପିତ ହୋଇଥିବା କଟକ-ତ୍ରିଶୂଳିଆ ମହାନଦୀ ସେତୂୁ (୨.୫କିମି ଦୈର୍ଘ୍ୟ) ୨୦୧୬ ଅକ୍ଟୋବରରେ କାର୍ଯ୍ୟକ୍ଷମ ହୋଇଥିଲା ।
ସେହିପରି ବଡ଼ମ୍ବା-ବାଙ୍କି ଅଂଚଳରେ ରାଜ୍ୟର ସବୁଠୁ ଦୀର୍ଘତମ ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଇ ନିକଟରେ ଉଦ୍ଘାଟନ କରିଛନ୍ତି । ଏହି ସେତୁ ୩.୪ କିମି ଦୈର୍ଘ୍ୟ ବିଶିଷ୍ଟ । ଏଥିଯୋଗୁ ସ୍ଥାନୀୟ ଅଂଚଳରେ ଗମନାଗମନର ବିକାଶ ସହ ପର୍ଯ୍ୟଟନ, କୃଷି, ବାଣିଜ୍ୟ କ୍ଷେତ୍ରରେ ଉଲ୍ଲଖନୀୟ ପ୍ରଗତି ଘଟିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ରାଜ୍ୟର ଶହଶହ ରାସ୍ତାର ପ୍ରଶସ୍ତିକରଣ ଓ ନବୀକରଣ ଭଳି ସରକାରୀ ଗୃହ ଏବଂ ରାସ୍ତାଘାଟର ଉଚ୍ଚମାନର ମରାମତି କାର୍ଯ୍ୟ ଉଲ୍ଲେଖଯୋଗ୍ୟ । ଆବଶ୍ୟକତା ଅନୁଯାୟୀ ରାଜରାସ୍ତା ଓ ବିଭିନ୍ନ ସହରର ଅତି ଭିଡ ଟ୍ରାଫିକ୍ ମାନଙ୍କରେ ଅତ୍ୟାଧୁନିକ ଓଭର ବ୍ରିଜ୍ ନିର୍ମିତ ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ସେତୁ ନର୍ମାଣାଧୀନ ରହିଛି ଓ ଆଉ କେତେକ ସେତୁ ନିର୍ମାଣର ପ୍ରସ୍ତାବ ସରକାରଙ୍କ ନିକଟରେ ବିଚାରାଧୀନ ରହିଛି । ନିର୍ମାଣ କାର୍ଯ୍ୟଧାରାକୁ ନେଇ ଏବେ କାହାରି କୌଣସି ଆପତି, ଅଭିଯୋଗ ଉଠୁନଥିବା ଦେଖାଯାଉଛି । ସରକାରୀ ନିୟମ ଆଧାରରେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ରାଜ୍ୟରେ ନବନିର୍ମାଣ ଯୁଗ ଚାଲିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଯଦିଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ, ନିର୍ମଳ ଓ ଦୁର୍ନୀତିମୁକ୍ତ ଶାସନର ଏହା ପରିଣତି, ତଥାପି ପୂର୍ତ୍ତ ବିଭାଗର ଶାସନ ସଚିବଙ୍କ ସମେତ ମୁଖ୍ୟଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ମାନଙ୍କ ନିଷ୍ଠାପରତା ଓ କାର୍ଯ୍ୟଦକ୍ଷତା ଉଲ୍ଲେ୍ଖ ଯୋଗ୍ୟ । ଶାସନ ସଚିବ ଶ୍ରୀଯୁକ୍ତ ବୀର ବିକ୍ରମ ଯାଦବ ଅଳ୍ପ ଦିନ ତଳେ ଶାସନ ସଚିବ ଭାବେ ଯୋଗ ଦେବା ପରେ ରାଜ୍ୟରେ ନିର୍ମାଣ କାର୍ଯ୍ୟ ବେଶ୍ ଦ୍ରୂତ ହୋଇଛି । ଏଥିପୂର୍ବରୁ ଶାସନ ସଚିବ ଶ୍ରୀଯୁକ୍ତ ବୀର ବିକ୍ରମ ଯାଦବ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକରି ବହୁ ସଂସ୍କାର ଆଣିଛନ୍ତି । ସବୁଠୁ ବଡ଼କଥା ହେଲା, ସଚିବ ଶ୍ରୀଯୁକ୍ତ ବୀର ବିକ୍ରମ ଯାଦବ ପୂର୍ତ ବିଭାଗର ଶାସନ ସଚିବ ପଦରେ ଯୋଗ ଦେଇ ଯଥାଶୀଘ୍ର ନିର୍ମାଣ କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ସମାଧାନ କରାଇ ପାରିବେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ଇତିମଧ୍ୟରେ ଶାସନ ସଚିବ ଶ୍ରୀଯୁକ୍ତ ବୀର ବିକ୍ରମ ନିଜର ପ୍ରଚଣ୍ଡ ପ୍ରଶାସନିକ ଦକ୍ଷତାର ପ୍ରମାଣ ସ୍ୱରୂପ ସାରା ରାଜ୍ୟରେ ନିର୍ମାଣ କାର୍ଯ୍ୟର ତ୍ୱରାନ୍ନ୍ିତ କରାଇବା ସହ ନିର୍ମାଣ ଜନିତ ବହୁ ସମସ୍ୟାର ସମାଧାନ କରାଇବାକୁ ଗୁରୁତ୍ୱ ଦେଉଛନ୍ତି । ପ୍ରତ୍ୟେକ ନିର୍ମାଣ କାର୍ଯ୍ୟ ପାଇଁ ପ୍ରସ୍ତୁତ ବ୍ୟୟ ଅଟ୍ଟକଳ ଚିଠା ଓ ବ୍ୟବସ୍ଥିତ ଢଙ୍ଗ ଓ ପ୍ରଶାସନିକ ମଞ୍ଜୁରୀ ଦେବାବେଳେ ଶ୍ରୀଯୁକ୍ତ ବୀର ବିକ୍ରମଙ୍କର ସତର୍କତା ଓ ବ୍ୟାପକ ସମୀକ୍ଷା ଅନ୍ୟମାନଙ୍କ ପାଇଁ ଅନୁସରଣୀୟ ବୋଲି ନିର୍ମାଣ ବିଶେଷଜ୍ଞ ମାନେ ମତ ଦେଉଛନ୍ତି । ସେହିପରି ନିୟମିତ ବ୍ୟବଧାନରେ ବ୍ୟବସ୍ଥିତ ଢଙ୍ଗ ଅନୁଯାୟୀ କ୍ୱାଲିଟି କଂଟ୍ରୋଲ ଇଞ୍ଜିନିୟର ମାନଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟର ତନଖି ଓ ଅନୁସନ୍ଧାନ ଦିଗରେ ସଚିବ ଶ୍ରୀଯୁକ୍ତ ବୀର ବିକ୍ରମଙ୍କର ପ୍ରତ୍ୟକ୍ଷ ନିରୀକ୍ଷଣ ଏବଂ ସେମାନଙ୍କ ମନ୍ତବ୍ୟକୁ ବ୍ୟାପକ ସମୀକ୍ଷା ହିଁ ପୂର୍ତ ବିଭାଗର କାର୍ଯ୍ୟକୁ ସଫଳତା ଦିଗରେ ଆଗେଇ ନେଉଛି ।
ଓଡ଼ିଶା ନ୍ୟୁଜ୍ ସର୍ଭିସ୍,
ଭୁବନେଶ୍ୱର, ମୋ-୯୩୩୭୩୬୯୪୪୮
4gk50n
Gates of Olympus 1000 на реальные деньги
Online Casinos in South Africa
Ищите в гугле
Slides were coverslipped with DAPI containing mounting media H1500; Vector Laboratories priligy alternative
chatgpt прошел тест тьюринга — это уникальная возможность взаимодействовать с передовым искусственным интеллектом.
Попробуйте chat gpt open ai com, и вы сразу почувствуете разницу в скорости и качестве работы с текстами.
Hello! Do you know if they make any plugins to help with SEO?
I’m trying to get my site to rank for some targeted
keywords but I’m not seeing very good results. If you know of any please share.
Cheers! I saw similar blog here: Eco wool
gvrtvk