ସେପ୍ଟେମ୍ବର୨୮ ତାରିଖ ସହିଦ୍ ଦିବସ ଓ ରାଧାନାଥ ଜୟନ୍ତୀ ଉପଲକ୍ଷେ
ବାଲେଶ୍ୱର, (ଆଇଏନ୍ଏସ୍): ସେପ୍ଟେମ୍ବର ୨୮ ତାରିଖ ବାଲେଶ୍ୱର ପାଇଁ ଏକ ଅବିସ୍ୱରଣୀୟ ଦିନ । ମାତୃଭାଷାର ଟେକ ରଖିଥିବା ମହାନ କର୍ଣ୍ଣଧାର ମାନଙ୍କ ମଧ୍ୟରୁ ଜଣେ ମହାନ ବ୍ୟକ୍ତି ଏହି ଦିନ ବାଲେଶ୍ୱର ମାଟିରେ ଭୂମିଷ୍ଠ ହୋଇଥିବା ବେଳେ ମାତୃଭୂମୀର ହାତରୁ ପରାଧୀନତାର ଶୃଙ୍ଖଳ ଛିନ୍ନ କରିବା ପାଇଁ ବାଲେଶ୍ୱର ମାଟିର ଦୁଇଟି ସ୍ଥାନରେ ୩୪ଜଣ ସଂଗ୍ରାମୀ ନିଜ ବକ୍ଷରୁ ରକ୍ତ ନିଗଡ଼ି ଦେଇଥିଲେ ।
‘ମାତୃଭାଷା, ମାତୃଭୂମୀର ମମତା ଯା’ ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ’ । ପଲ୍ଲୀକବି ମେହେରଙ୍କର ଏହି ଉକ୍ତଟିକୁ ବାଲେଶ୍ୱର ମାଟି ସାର୍ଥକ କରିଛି । ସେପ୍ଟେମ୍ବର ୨୮ର ସୂର୍ଯେ୍ୟାଦୟ ଓଡ଼ିଆ ଭାଷା, ସାହିତ୍ୟ ପାଇଁ ଥିଲା ଏକ ନୂତନ ସୂର୍ଯେ୍ୟାଦୟ, ଯାହାର ସ୍ୱର୍ଣ୍ଣାଭ କିରଣର ସ୍ପର୍ଷରେ ଓଡ଼ିଆ ଭାଷା, ସାହିତ୍ୟ କେବଳ ସମୃଦ୍ଧ ହୋଇନଥିଲା, ଓଡ଼ିଆ ଭାଷାକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ ପାଇଁ ଓଡ଼ିଶାର ଯେଉଁ କେତେଜଣ ଯୋଦ୍ଧା ‘ଭାଷା ବିଲୋପ ଆନେ୍ଦାଳନ’ ଭିତରକୁ ଲମ୍ଫ ପ୍ରଦାନ କରିଥିଲେ ସେମାନଙ୍କ ମଧ୍ୟରେ ବାଲେଶ୍ୱର ମାଟିରେ ଆଗଧାଡ଼ିରେ ଥିବା ସଂଗ୍ରାମୀ ମଧ୍ୟରୁ କବିବର ଥିଲେ ଜଣେ ଆଗଧାଡ଼ିର ଯୋଦ୍ଧା, ଯିଏ ଏହିଦିନ ଜନ୍ମ ଗ୍ରହଣ କରିଥିଲେ । । ୧୮୪୮ ମସିହା ସେପ୍ଟେମ୍ବର ୨୮ ତାରିଖରେ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସୋର ବ୍ଳକର କେଦାରପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ରୀତି ଯୁଗୀୟ କାବ୍ୟ ଧାରାରୁ ଓଡ଼ିଆ କାବ୍ୟ/ସାହିତ୍ୟକୁ ଆଧୁନିକ ସାହିତ୍ୟରେ ରୂପାନ୍ତରିତ କରିଥିଲେ କବିବର ରାଧାନାଥ ରାୟ । ତେଣୁ ତାଙ୍କୁ ଯୁଗସ୍ରଷ୍ଟା କବିବର ରାଧାନାଥ ବୋଲି କୁହାଯାଏ । କବିବର, ଓଡ଼ିଆ ସାହିତ୍ୟକୁ କେବଳ ଆଧୁନିକ ସାହିତ୍ୟକୁ ପରିବର୍ତିତ କରିନଥିଲେ, ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ ପରେପରେ (୧୮୬୮ ମସିହା) ଓଡ଼ିଆ ଭାଷାକୁ ବିଲୋପ କରିବାର ବଙ୍ଗାଳୀଙ୍କ ଚକ୍ରାନ୍ତରୁ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ‘ଭାଷା ସୁରକ୍ଷା ଆନେ୍ଦାଳନ’ର ଜଣେ କର୍ଣ୍ଣଧାର ଥିଲେ । ବାଲେଶ୍ୱର ଜିଲ୍ଲା ସ୍କୁଲର ତତ୍କାଳୀନ ଶିକ୍ଷକ କ୍ରାନ୍ତି ଚନ୍ଦ୍ର ଭଟ୍ଟାଚାର୍ଯ୍ୟ, ‘ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନଁଏ’ ବୋଲି କହିବା ସହିତ ସ୍କୁଲରୁ ଓଡ଼ିଆ ଭାଷା ଉଠାଇ ଦେବାକୁ ଶିକ୍ଷା ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ସୁପାରିସ୍ କରିଥିଲେ । ଓଡ଼ିଆ ଭାଷା ଉପରେ ବଙ୍ଗାଳୀଙ୍କର ଏହି ଆକ୍ରମଣକୁ ପ୍ରତିହତ କରି ମାତୃଭାଷାକୁ ସୁରକ୍ଷିତ ରଖିବା ପାଇଁ, ମଧୁସୂଦନ ରାଓ, ଫକୀରମୋହନ ସେନାପତି, ରାଧାନାଥ ରାୟ ଓ ବୈକୁଣ୍ଠ ନାଥଙ୍କ ସମେତ ଓଡ଼ିଶାର ଅନେକ କବି, ସାହିତି୍ୟକ ଆଗେଇ ଆସିଥିଲେ । ସେମାନଙ୍କ ମଧ୍ୟରେ କବିବର ରାଧାନାଥ ଥିଲେ ଜଣେ ଆଗଧାଡ଼ିର ଯୋଦ୍ଧା, ଯିଏ ବଙ୍ଗାଳୀ ସମ୍ପ୍ରଦାୟରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଓଡ଼ିଶା ମାଟିରେ ଜନ୍ମଗ୍ରହଣ କରିଥିବାରୁ ଓଡ଼ିଆ ଭାଷାକୁ ନିଜର ମାତୃଭାଷା ଭାବେ ଗ୍ରହଣ କରି ନେଇଥିଲେ ଏବଂ କ୍ରାନ୍ତିଚନ୍ଦ୍ରଙ୍କ ଓଡ଼ିଆ ଭାଷା ଉପରେ ଆକ୍ରମଣ ବିରୁଦ୍ଧରେ ଲଢ଼େଇ କରିଥିଲେ । ଏଥି ସହିତ ଓଡ଼ିଶାର ପୁର ପଲ୍ଲୀରେ ଥିବା ଲୋକକଥା, କିମ୍ବଦନ୍ତିକୁ ଆଧାର କରି ଅନେକ କାବ୍ୟ/କବିତା ରଚନା କରିଯାଇଛନ୍ତି । ତାଙ୍କ ଦ୍ୱାରା ରଚିତ ‘ଚିଲିକା, ନନ୍ଦୀକେଶ୍ୱରୀ, ଚନ୍ଦ୍ରଭାଗା, ଉଷା, ପାର୍ବତୀ, କେଦାର ଗୋ÷ରୀ, ପ୍ରଭୃତି ଓଡ଼ିଆ ବାଣୀ ଭଣ୍ଡାରର ଗୋଟିଏ ଗୋଟିଏ ଅମୂଲ୍ୟ ରନô । ଏଥି ନିମନ୍ତେ କବିବରଙ୍କୁ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଇଂରାଜୀ ସାହିତ୍ୟର ଅନୁକରଣରେ କାବ୍ୟ ରଚନା କରିଛନ୍ତି ବୋଲି ବିରୋଧିମାନେ ସମାଲୋଚନା କରୁଥିବା ବେଳେ ଏହି ସମୟରେ ପ୍ରକାଶିତ ପତ୍ରିକା ‘ଇନ୍ଦ୍ରଧନୁ’ ଓ ‘ବିଜୁଳି’ ମଧ୍ୟରୁ ଇନ୍ଦ୍ରଧନୁ ପତ୍ରିକା ଭଞ୍ଜସାହିତ୍ୟ ସପକ୍ଷରେ ଥିବାବେଳେ ବିଜୁଳି ରାଧାନାଥଙ୍କୁ ସମର୍ଥନ କରୁଥିଲା । ବିଭିନ୍ନ ବାଦାନୁବାଦ ମଧ୍ୟରେ ମାନସିକ ସ୍ତରରେ ସେ ଭାଙ୍ଗିପଡ଼ିଥିବା ବେଳେ ଏହି ମହାନ କବି, ମହାନ ଯୋଦ୍ଧାଙ୍କର ୧୯୦୮ ମସିହାରେ ଦେହାନ୍ତ ହୋଇଥିଲା ।
୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ, ଭାରତ ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ଅବିସ୍ମରଣୀୟ ଦିନ । ଗୋଟିଏ ଦିନରେ (୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ) ବାଲେଶ୍ୱର ଜିଲ୍ଲାର ଦୁଇଟି ସ୍ଥାନ, ତୁଡ଼ି ଗଡ଼ିଆ ଓ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଇରମ (ବର୍ତମାନ ଭଦ୍ରକ ଜିଲ୍ଲା)ରେ ଇଂରେଜ ଶାସକଙ୍କ ଗୁଳିରେ ୩୨ଜଣ ସଂଗ୍ରାମୀ ସହୀଦ୍ ହୋଇଥିଲେ । ତୁଡ଼ିଗଡ଼ିଆରେ ଅଂଚଳର ୩ ଜଣ (ମକର ଲେଙ୍କା, ରଘୁ ବେହେରା, କେଳୁ ସାହୁ) ହୋଇଥିବା ବେଳେ ଇରମରେ ପରୀ ବେୱା ନାମକ ଜଣେ ମହିଳାଙ୍କ ସମେତ ୨୮ଜଣଙ୍କର ମୃତୁ୍ୟ ହେବା ସହିତ ୫୬ଜଣ ଆହତ ହୋଇଥିଲେ । ଇରମକୁ ଭାରତର ‘ଦ୍ୱିତୀୟ ଜାଲିୱାଲାବାଗ’ ବୋଲି କୁହାଯାଏ ।
ତୁଡ଼ିଗଡ଼ିଆ, ବାଲେଶ୍ୱର ଜିଲ୍ଲାର ସୋର, ଖଇରା ଓ ଔପଦା ଅଂଚଳର କେନ୍ଦ୍ରସ୍ଥଳ । ତୁଡ଼ିଗଡ଼ିଆ ୧୯୨୧ ମସିହା ଠାରୁ ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଭାରତରୁ ଇଂରେଜ ମାନଙ୍କୁ ତଡ଼ିବା ଲକ୍ଷରେ, ୧୯୪୨ ମସିହା ଅଗଷ୍ଟ ୮ତାରିଖ ରାତିରେ ବମ୍ବେ ଠାରେ ନିଖିଳ ଭାରତ କଂଗ୍ରେସ କମିଟି ‘ଭାରତ ଛାଡ଼’ ପ୍ରସ୍ତାବ ଗ୍ରହଣ କରିଥିଲା । ୯ତାରିଖ ସକାଳେ ବମ୍ବେ ଠାରେ ସମେବେତ ହୋଇଥିବା, ମହାତ୍ମା ଗାନ୍ଧୀଙ୍କ ସମେତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମୋ÷ଲାନା ଆଜାଦ୍, ଡଃ ମହତାବ ପ୍ରଭୃତି ସଂଗ୍ରାମୀମାନଙ୍କୁ ଇଂରେଜ ସରକାର ଗିରଫ କରିନେଇଥିଲେ । ଫଳରେ ସମଗ୍ର ଭାରତରେ ସଂଗ୍ରାମର ନିଆଁ ହୁତୁହୁତୁ ଗଳି ଉଠିଥିଲା । ଭାରତର ସାଧାରଣ ଜନତାମାନେ ନିଜକୁ ନିଜେ ଜଣେଜଣେ ନେତା ସାଜି ‘କର ବା ମର’ ଶପଥ ନେଇ ସଂଗ୍ରାମ କ୍ଷେତ୍ରକୁ ଡେଇଁ ପଡ଼ିଥିଲେ । ଯାହାର ପ୍ରତିଫଳନ ମଧ୍ୟ ତୁଡ଼ିଗଡ଼ିଆରେ ପଡ଼ିଥିଲା । ସେପ୍ଟେମ୍ବର ୬ତାରିଖରେ ତୁଡ଼ିଗଡ଼ିଆରେ ‘ଭାରତ ଛାଡ଼’ ଆନେ୍ଦାଳନର ଅୟମାରମ୍ଭ ହୋଇଥିଲା । ଏହି ଅଂଚଳର କଂଗ୍ରେସକର୍ମୀ ତଥା ସ୍ୱାଧୀନତା ସଂଗ୍ରାମୀମାନେ ଇଂରେଜ ଶାସନକୁ ଭାରତରୁ ହଟାଇବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିବା ବେଳେ ଛତରା ଗ୍ରାମର ବୈଦ୍ୟନାଥ ରାଉତ ନାମକ ଜଣେ ଯୁବକ ଭାରତ ମାତାର ହସ୍ତରୁ ପରାଧୀନତାର ଶୃଙ୍ଖଳକୁ ଛିନ୍ନ କରିବା ପାଇଁ ରେଭେନ୍ସା କଲେଜରୁ ପାଠପଢ଼ା ଛାଡ଼ି ଏହି ବର୍ଷ ସେପ୍ଟେମ୍ବର ୧୨ତାରିଖରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ, ନିଜ ଅଂଚଳକୁ ·ଲିଆସିଥିଲେ । ସେ ସ୍ୱାଧୀନତା ସଂଗ୍ରାମକୁ ଅଧିକ ସକ୍ରୀୟ କରିବା ସହିତ ବିଭିନ୍ନ ହାଟ, ବଜାରରେ ହରତାଳ, ପ୍ରତିବାଦ ସଭା, ବିକ୍ଷୋଭ ପ୍ରଦର୍ଶନ କରିବା ସଙ୍ଗେସଙ୍ଗେ ଖଜଣା ବନ୍ଦ, ଜମିଦାରଙ୍କ ଭେଟି ବନ୍ଦ ଏବଂ ସରକାରୀ ଅଧିକାରୀ/ପୋଲିସଙ୍କ ସହିତ ଅସହଯୋଗ ପାଇଁ ଲୋକମାନଙ୍କୁ ପ୍ରବର୍ତାଇବାରେ ଲାଗିପଡ଼ିଥିଲେ । ଏଥିସହିତ ତୁଡ଼ିଗଡ଼ିଆ ଅଂଚଳର ଚାରିପାଖର ୨୪ବର୍ଗ କି.ମି କୁ ସ୍ୱାଧୀନ ରାଜ୍ୟ ଭାବେ ସଂଗ୍ରାମ ସମିତି ଘୋଷଣା କରିଥିଲା । ଛତରା ଗ୍ରାମରେ ମୁକ୍ତି ସଂଗ୍ରାମର ମୁଖ୍ୟ କାର୍ଯ୍ୟାଳୟ ସହିତ ସ୍ୱାଧୀନ ବିଚାରାଳୟ ଓ ସ୍ୱାଧୀନ ବନ୍ଦୀଶାଳା ପ୍ରତିଷ୍ଠା କରାଯାଇ, ଜରୁରୀ ସମୟରେ ଶଙ୍ଖଧ୍ୱନି କରି ଜନସାଧାରଣଙ୍କୁ ସତର୍କ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା ।
ଏହି ବୈପ୍ଳବିକ ଆନେ୍ଦାଳନର ଖବର ଖଇରା ଥାନାର ୬ନମ୍ବର ୟୁନିୟନ ପ୍ରେସିଡେଂଟ ତୁଡ଼ିଗଡ଼ିଆର କୃଷ୍ଣଚନ୍ଦ୍ର ପଣ୍ଡା ଜାଣିବା ପରେ ଖଇରା ଥାନାର ଦାରୋଗାଙ୍କୁ ଜଣାଇବା ପରେ ସିପାହୀ, ଦଫାଦାର, େ·÷କିଦାରଙ୍କୁ ନେଇ ତୁନିଗଡ଼ିଆରେ ଏକ ଅସ୍ଥାୟୀ ଶିବିର ସ୍ଥାପନ କରିଥିଲେ । ଏହିମାସ ୨୨ତାରିଖ ମଙ୍ଗଳବାର ଦିନ ତୁଡ଼ିଗଡ଼ିଆର ହାଟପାଳିରେ ବୈଦ୍ୟନାଥ ରାଉତ କଂଗ୍ରେସକର୍ମୀଙ୍କୁ ସାଙ୍ଗରେ ନେଇ ସଂଗ୍ରାମ ପାଇଁ ଚାନ୍ଦା ସଂଗ୍ରହ ସହିତ ଆନେ୍ଦାଳନ ସମ୍ପର୍କରେ ଲୋକଙ୍କ ମନରେ ଜାଗରଣ ସୃଷ୍ଟି କରିବା ପାଇଁ ଅପରାହ୍ନ ପ୍ରାୟ ୪ଟା ସମୟରେ ହାଟରେ ପହଂଚିଥିଲେ । ଏହି ସମୟରେ ପୋଲିସମାନେ ହାଟକୁ ଘେରାଓ କରି ବୈଦ୍ୟନାଥ ରାଉତଙ୍କୁ ଗିରଫ କରି ଅସ୍ଥାୟୀ ଶିବିରରେ ଅଟକ ରଖିଥିଲେ । ବୈଦ୍ୟନାଥ ରାଉତଙ୍କ ଗିରଫ ଖବର ବିଜୁଳି ବେଗରେ ପ୍ରଚାରିତ ହେବାପରେ ଲୋକମାନେ ଏକଜୁଟ ହୋଇ ରାତି ପ୍ରାୟ ୧୨ଟା ସମୟରେ ପୋଲିସର ଅସ୍ଥାୟୀ ଶିବିରରେ ପହଂଚି ବୈଦ୍ୟନାଥଙ୍କୁ ଛାଡ଼ି ଦେବାକୁ ଦାବି କରିଥିଲେ । ଏହିସମୟରେ ପୋଲିସର ଲାଠି ପ୍ରହାରରେ ଜଣେ ସଂଗ୍ରାମୀଙ୍କ ମୁଣ୍ଡ ଫାଟିଯିବାରୁ ଏକତ୍ରିତ ଜନତା ରକ୍ତମୁଖା ହୋଇ ଉଠିଥିଲେ । ଜଣେ ଦାରୋଗାଙ୍କ ବେକରେ ଦଉଡ଼ି ବାନ୍ଧି ଘୋଷାଡ଼ିବା ସହିତ ସିପାହୀ ଓ ଚୋକିଦାରଙ୍କୁ ମଧ୍ୟ ଲୋକମାନେ ଲାଠିମାଡ଼ କରିଥିଲେ ଏବଂ ଅଟକ ବୈଦ୍ୟନାଥ ରାଉତଙ୍କୁ ପୋଲିସ କବ୍ଚାରୁ ନେଇଯାଇଥିଲେ । ପୋଲସି ଠାରୁ ସଂଗ୍ରାମୀମାନେ ବୈଦ୍ୟନାଥଙ୍କୁ ଛେଡ଼ାଇ ନେବା ପରେ ଇଂରେଜ ଅଧିକାରୀଙ୍କ ଆଖିରୁ ନିଦ ହଜିଯାଇଥିଲା । ୨୪ତାରିଖରେ ପୋଲିସର ଏକ ଦଳ ତୁଡ଼ିଗଡ଼ିଆରେ ପହଂଚିବା ସହିତ ଜଣେ ସର୍ଜେଂଟ ମେଜରଙ୍କ ଅଧିନାୟକତ୍ୱରେ ପୋଲିସ, ସୋର, ଖଇରା ଥାନାର ପୋଲିସ ଅଫିସର, ୬ ନମ୍ବର ୟୁନିୟନର ପ୍ରେସିଡେଂଟ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସହିତ ପ୍ରାୟ ୨୬ ଜଣ ସରକାରୀ କର୍ମଚାରୀ, ବୈଦ୍ୟନାଥ ରାଉତଙ୍କୁ ଖଇରାଡିହି ଗ୍ରାମରେ ପହଂଚିଥିଲେ । ଏହି ଖବର ପ୍ରଚାରିତ ହେବାମାତ୍ରେ ହଜାରହଜାର ଲୋକ ଖଇରାଡିହି ଗ୍ରାମରେ ସମେବେତ ପହଂଚିଥିଲେ । ଲୋକମାନଙ୍କୁ ଚାଲିଯିବା ପାଇଁ ପୋଲିସ ସତର୍କ କରାଇଥିଲେ ମଧ୍ୟ ଜନତା ପୋଲିସର କଥା ନଶୁଣିବାରୁ ପୋଲିସ ଗୁଳି ଚଳାଇବାରୁ ମାଗୁଣି ଯେନା ନାମକ ଜଣେ ସଂଗ୍ରାମୀଙ୍କ ଗୋଡ଼ରେ ଗୁଳି ବାଜିବାରୁ, ସେ ଗୁରୁତର ଭାବେ ଆହତ ହୋଇଥିଲେ । ବିଶାଳ ଜନତାଙ୍କ ଆଗରେ ଅଳ୍ପ କେତେକ ପୋଲିସ ତିଷ୍ଠି ନପାରି ତୁଡ଼ିଗଡ଼ିଆ ଶିବିରକୁ ଫେରି ଆସିବାକୁ ବାଧ୍ୟ ହୋଇଥିଲେ, ଯାହା ସଂଗ୍ରାମୀଙ୍କ ମନୋବଳକୁ ଅଧିକ ସୁଦୃଢ଼ କରିଥିଲା ।
ସେପ୍ଟେମ୍ବର ୨୮ ତାରିଖ ସ୍ୱାଧୀନତା ସଂଗ୍ରାମରେ ତୁଡ଼ିଗଡ଼ିଆ ପାଇଁ ଏକ ଐତିହାସିକ ଦିନ ଥିଲା । ପୂର୍ବାହ୍ନ ୯ ସମୟରେ ବୈଦ୍ୟନାଥ ରାଉତଙ୍କ ଘର ଖଇରାଡିହି ଗ୍ରାମରେ ପୋଲିସ୍ ଫୋ÷ଜ ପହଂଚିଥିଲେ । ଶଙ୍ଖଧ୍ୱନୀ ଶୁଣି ଆଖପାକରୁ ହଜାରହଜାର ଜନତାଙ୍କ ସୁଅ ଖଇରାଡିହି ଗ୍ରାମକୁ ଛୁଟିବାରେ ଲାଗିଲା । ଗ୍ରାମର ବିଭିନ୍ନ ଛକ ସମେତ ଶ୍ରୀ ରାଉତଙ୍କ ଘରକୁ ମଧ୍ୟ ପୋଲିସ ଘେରି ରହିଥିଲା । ପୋଲିସ ବୈଦ୍ୟନାଥଙ୍କ ବାପା ଶିବ ରାଉତଙ୍କୁ ବାନ୍ଧି ରଖିଥିବା ବେଳେ ବୈଦ୍ୟନାଥଙ୍କୁ ଧରାଇ ଦେବାକୁ ପୋଲିସର ଆଦେଶକୁ ଜନତା ପ୍ରତ୍ୟାଖ୍ୟାନ କରି ପୋଲିସ ସହିତ ମୁକାବିଲା ପାଇଁ କିଛି ସଂଗ୍ରାମୀ ପୋଲିସ ଆଡ଼କୁ ଆଗେଇବାର ଦେଖି ପୋଲିସ ଗୁଳି ଚଳାଇଥିଲା । ଏଥିରେ ବଧି ଗ୍ରାମର ରଘୁ ବେହେରା ଓ ବଡ଼ ପୋଖରୀ ଗ୍ରାମର ମକର ଲେଙ୍କା ସେହିଠାରେ ଟଳି ପଡ଼ିଥିଲେ । ଏଥି ସହିତ ବଧି ଗ୍ରାମର ମଧୁ ଦାସ, ବଡ଼ପୋଖରୀ ଗ୍ରାମର ଆନନ୍ଦ ଚନ୍ଦ୍ର ଦାସମହାପାତ୍ର ଏବଂ ବୁଦାଖୁଣ୍ଟା ଗ୍ରାମର ଶ୍ୟାମସୁନ୍ଦର ବାରିକ୍ ସାଙ୍ଘାତିକ ଭାବରେ ଆହତ ହୋଇଥିଲେ । ଏହାପରେ ଶିବ ରାଉତଙ୍କ ଘରୁ ଗହଣା, ବାସନ, ଲୁଗାପଟା ପ୍ରଭୃତି ପ୍ରାୟ ୫ହଜାର ଟଙ୍କାର ଚଳନ୍ତି ସମ୍ପତି ସହିତ ଦୁଇ ସଂଗ୍ରାମୀଙ୍କ ଶବକୁ ତୁଡ଼ିଗଡ଼ିଆର ପୋଲିସ୍ ଶିବିରକୁ ନେଇଯାଇଥିଲେ । ଏହି ଘଟଣା ପରେ, ଅପରାହ୍ନରେ ସହୀଦଙ୍କ ଶବକୁ ପୋଲିସ ହାତରୁ ଉଦ୍ଧାର କରିବା ପାଇଁ ପ୍ରାୟ ୩ହଜାରରୁ ଅଧିକ ଜନତା ତୁଡ଼ିଗଡ଼ିଆରେ ଏକତ୍ରିତ ହୋଇଥିଲେ । ହଜାର ହଜାର ଜନତାଙ୍କ ସ୍ରୋତକୁ ଦେଖି ପୋଲିସ ବିଚଳିତ ହୋଇ ପଡ଼ିବା ସହିତ ଆତ୍ମରକ୍ଷା ଉଦେ୍ଦଶ୍ୟରେ ଗୁଳି ଚଳାଇବାରୁ ଡାଲଙ୍ଗ ଗ୍ରାମର କେଳୁ ସାହୁଙ୍କର ମୃତୁ୍ୟ ହୋଇଥିଲା । ପୋଲିସର ଗୁଳି ଆଗରେ ଜନତା ତିଷ୍ଠି ନପାରି ଛତ୍ରଭଙ୍ଗ ଦେବାକୁ ବାଧ୍ୟ ହୋଇଥିଲେ । ଏହାପରେ ପୋଲିସ ସ୍ୱାଧୀନତା ସଂଗ୍ରାମକୁ ଦମନ କରିବା ଉଦେ୍ଦଶ୍ୟରେ ଏହି ଅଂଚଳର ଲୋକମାନଙ୍କ ଉପରେ ଅତ୍ୟାଚାର କରିବା ସହିତ ୬ଟି ଗ୍ରାମର (ଖଇରାଡିହି, ହରେକୃଷ୍ଣପୁର, ଡାଲଙ୍ଗ, ପାଣିଶିଆଳି, ମଲ୍ଲିକାପୁର ଓ ଛତରା) ଲୋକଙ୍କ ଠାରୁ ୬ହଜାର ଟଙ୍କା ସମୂହ ଜୋରିମାନା ଜୋରକରି ଆଦାୟ କରାଯାଇଥିଲା । ଏଥିସହିତ ଏହି ଅଞ୍ଚଳର ବିଭିନ୍ନ ଗ୍ରାମରୁ ପ୍ରାୟ ୪୪ଜଣ ସଂଗ୍ରାମୀଙ୍କୁ ବ୍ରିଟିସ୍ ସରକାର ଗିରଫ କରିଥିଲା ।
ଠିକ୍ ଏହିଦିନ (୧୯୪୨ ସେପ୍ଟେମ୍ବର ୨୮ତାରିଖ) ସନ୍ଧ୍ୟା ୬.୩୦ମିନିଟ୍ ସମୟରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଇରମ ଠାରେ ବ୍ରିଟିସ୍ ପୋଲିସର ଗୁଳିରେ ୨୮ଜଣ ସଂଗ୍ରାମୀ ସହୀଦ ହୋଇଥିଲେ । ଏହି ସମୟରେ ଇରମର ମେଳନ ପଡ଼ିଆରେ ୬୦୦୦ରୁ ୭୦୦୦ଜନତାଙ୍କର ସମାବେଶ ହୋଇଥିଲା । ଏହିଦିନ ବାସୁଦେବପୁର ଥାନାରୁ ଏକ ପୋଲିସ ଫା÷ଜ ଡିଏସ୍ପି କୁଞ୍ଜବିହାରୀ ମହାନ୍ତିଙ୍କ ଅଧିନାୟକତ୍ୱରେ ଇରମ ଅଭିମୁଖେ ଯାତ୍ରାକରିଥିଲେ, ୟୁନିୟନର ପ୍ରେସିଡେଂଟଙ୍କ ଝରକା ଭଙ୍ଗାରୁଜା କରିବା ତଥା ଜମିଦାରଙ୍କ ପଢ଼ୁଆଁ ସ୍ଥିତ ଅମାର ଭାଙ୍ଗିବା ପାଇଁ ଧମକ ପ୍ରଭୃତିର ତଦାରଖ କରିବା ସହିତ ଅଗଷ୍ଟ ଆନେ୍ଦାଳନର ନେତୃତ୍ୱ ନେଇଥିବା ନେତାମାନଙ୍କୁ ଗିରଫ କରିବା ଲକ୍ଷରେ । ପୋଲିସ ସନ୍ଧ୍ୟାରେ ଇରମରେ ପହଂଚି ଜମିଦାରଙ୍କ ଘରେ ବିଶ୍ରାମ ନେଉଥିବା ସମୟରେ ଚୌକିଦାର ଓ ଅସ୍ଥାୟୀ ଗୋଇନ୍ଦା ପୋଲିସ୍, ଫୌଜଙ୍କ ବିଛଣା ଧରି ଯାଉଥିବା ସମୟରେ ୨ଜଣ ସଂଗ୍ରାମୀ ସେହି ବିଛଣାକୁ ଛଡ଼ାଇ ନେଇଥିଲେ । ଏହି ଘଟଣା ପରେ ସେମାନଙ୍କୁ ସଂଗ୍ରାମୀମାନେ ମାଡ଼ମାରିଛନ୍ତି ବୋଲି ମିଛ କହିବାରୁ ପୋଲିସ ଉତ୍ୟକ୍ତ ହୋଇ ସଭାସ୍ଥଳରେ ପହଂଚି ଘେରିଯାଇଥିଲେ ଏବଂ ଡିଏସ୍ପିଙ୍କ ଆଦେଶ କ୍ରମେ ପୋଲିସ ୩୦୪ ରାଉଣ୍ଡ ଗୁଳି ଚଳାଇଥିଲା । ଏଥିରେ ପର ବେୱା ନାମକ ଜଣେ ମହିଳାଙ୍କ ସମେତ ୨୮ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ୫୬ଜଣ ଆହତ ହୋଇଥିଲେ । ଏତିକିରେ ପୋଲିସର ରାଗ ଶାନ୍ତ ହୋଇନଥିଲା । ଗୁଳି ଚୋଟରେ ଆହତ ମାନଙ୍କ ପ୍ରତି ପୋଲିସ ସମବେଦନା ପରିବର୍ତେ ପୋଲିସର ଚରମ ଅମାନୁଷିକତା ଦେଖିବାକୁ ମିଳିଥିଲା । ଏପରିକି ଗୁଳିମାଡ଼ରେ ମୁମୁର୍ଷୁ ଅବସ୍ଥାରେ ପଡ଼ିଥିବା ସଂଗ୍ରାମୀଙ୍କୁ ବନ୍ଧୁକ ମୁନରେ ଭୁଷି ମାରି ଦେଇଥିଲେ । ଏହାପରେ ପୋଲିସ ଗ୍ରାମ ଗୁଡ଼ିକରେ ପଶି ଅତ୍ୟାଚାର କରିଥିଲେ । ଇରମର ଏହି ଗୁଳିକାଣ୍ଡକୁ ଭାରତ ସ୍ୱାଧୀନତା ସଂଗ୍ରାମର ୨ୟ ଜାଲିୱାନାବାଗ ବୋଲି କୁହାଯାଏ । ଭାରତରେ ଜାଲିୱାଲାବାଗକୁ ଛାଡ଼ିଦେଲେ ଇରମ ଭଳି ଅନ୍ୟକୋ÷ଣସି ସ୍ଥାନରେ ପୋଲିସ ଗୁଳିରେ ଏକ ସଙ୍ଗରେ ଏତେ ଲୋକଙ୍କର ମୃତୁ୍ୟ ଘଟିନଥିଲା ।
୧୯୪୨ ସେପ୍ଟେମ୍ବର ୨୮ ତାରିଖରେ ବାଲେଶ୍ୱର ଜିଲ୍ଲାର ଦୁଇଟି ସ୍ଥାନରେ ୩୧ଜଣ ସଂଗ୍ରାମୀଙ୍କର ମୃତୁ୍ୟ ହେବା ସହିତ ୫୯ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ମାତୃଭୂମୀକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ ଏହି ସଂଗ୍ରାମୀମାନେ ନିଜର ଜୀବନକୁ ଉତ୍ସ୍ୱର୍ଗ କରିଦେଇଥିଲେ, ଯାହା ଆଜି ସ୍ୱାଓୀନତା ସଂଗ୍ରାମ ଇତିହାସରେ ସ୍ୱର୍ଣ୍ଣର୍ାକ୍ଷରରେ ଲିପିବଦ୍ଧ ହୋଇ ରହିଛି ।