ସମୁଦ୍ରରେ ଯାତାୟତ ପାଇଁ ବ୍ୟବସ୍ଥା ପ୍ରଣାଳୀକୁ ସୁବ୍ୟବସ୍ଥିତ କରିବା ଲାଗି ସ୍ୱଦେଶୀ ସଫ୍ଟୱେର ଭିଟିଏସ୍ ଓ ଭିଟିଏମଏସ୍ ର ଶୁଭାରମ୍ଭ
ପାରାଦ୍ୱୀପ, (ଆଇଏନ୍ଏସ୍): କେନ୍ଦ୍ର ଜାହାଜ ଚଳାଚଳ ରାଜ୍ୟ ମନ୍ତ୍ରୀ (ସ୍ୱାଧିନ) ମନସୁଖ ମାଣ୍ଡଭିୟ ମଙ୍ଗଳବାର ଦିନ ‘ଇ’ସେବା ମାଧ୍ୟମରେ ନୂଆ ଦିଲ୍ଲି ଠାରେ ସମୁଦ୍ରରେ ଯାତାୟତ ସେବା (ଭିଟିଏସ୍) ଏବଂ ଜାହାଜ ଚଳାଚଳ ଅନୁଧ୍ୟାନ (ଭିଟିଏମ୍ଏସ୍) ବ୍ୟବସ୍ଥା ପାଇଁ ସ୍ୱଦେଶୀ ସମାଧାନ ଭିତିକ ସଫ୍ଟୱେର ର ଶୁଭାରମ୍ଭ କରିଛନ୍ତି । ଏହି ଉଦଘାଟନୀ ଅବସରରେ ମନ୍ତ୍ରୀ ଶ୍ରୀ ମାଣ୍ଡଭିୟ କହିଥିଲେ ଯେ ଭାରତୀୟ ବନ୍ଦର ଗୁଡିକରେ ଜାହାଜ ଚଳାଚଳ ସେବାକୁ ସୁବ୍ୟବସ୍ଥିତ କରିବା ପାଇଁ ଅଧିକ ବ୍ୟବବହୁଳ ବିଦେଶୀ ସଫ୍ଟୱେର ସମାଧାନ ଉପରେ ନିର୍ଭରଶୀଳ ହେବାକୁ ପଡୁଥିଲା । କିନ୍ତୁ ଏଣିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମ ନିର୍ଭର ଭାରତ’ ପରିକଳ୍ପନା ଅନୁଯାୟୀ ସ୍ୱଦେଶୀ ଭିଟିଏସ ଓ ଭିଟିଏମ୍ସ୍ ର ସମାଧାନ ମାଧ୍ୟମରେ ସମଗ୍ର ବିଶ୍ୱ ପାଇଁ ନିର୍ମିତ ଜାହାଜ ଚଳାଚଳ ପରିଚାଳନା ପ୍ରଣାଳୀ ସୁବ୍ୟବସ୍ଥିତ ହେବ । ଏହି ସଫ୍ଟୱେର ଜରିଆରେ ଜାହାଜର ଅବସ୍ଥିତି, ଅନ୍ୟ ଜାହାଜର ସ୍ଥିତି, ଖରାପ ପାଣିପାଣ ସମ୍ପର୍କରେ ଆଗୁଆ ସୂଚନା, ଜଳ ମାର୍ଗରେ ଜାହାଜ ଚଳାଚଳ ସମ୍ପର୍କିତ ବ୍ୟାପକ ବ୍ୟବସ୍ଥା ସୁନିର୍ଦ୍ଧାରିତ ହେବ । ଭିଟିଏସ୍ ଜରିଆରେ ସମୁଦ୍ରରେ ଜୀବନ ସୁରକ୍ଷା, ସାମୁଦି୍ରକ ଚଳାଚଳର ସୁରକ୍ଷା ଓ ଦକ୍ଷତା, ସାମୁଦ୍ରିକ ବାତାବରଣ, ଆଖପାଖ ଉପକୂଳବର୍ତୀ କ୍ଷେତ୍ର, କାର୍ଯ୍ୟସ୍ଥଳ, ସାମୁଦି୍ରକ ଚଳାଚଳାରେ ସାମ୍ଭାବ୍ୟ ବିପଦରେ ସୁରକ୍ଷା ଦେବାରେ ଏହା ସହାୟକ ହେବ । ସୂଚନା ଥାଉକି ଭାରତୀୟ ଉପକୂଳରେ ୧୫ଟି ଭିଟିଏସ୍ ବ୍ୟବସ୍ଥା ·ଲୁ କାରାଯାଇଛି । ତେବେ ସ୍ୱଦେଶୀ ଭିଟିଏସ୍ ସଫ୍ଟୱେରର ଉନ୍ନତିକରଣ ପାଇଁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଚେନାଇର ଆଇଆଇଟିକୁ୧୦କୋଟି ଟଙ୍କା ମଞ୍ଜୁର କରିଥିବାର ପାରାଦ୍ୱୀପ ବନ୍ଦରର ପ୍ରେସ ବିଜ୍ଞପ୍ତିରୁ ପ୍ରକାଶ ।
Your article helped me a lot, is there any more related content? Thanks!
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?