ଓଡିଶା ର ଅପ୍ରତିଦ୍ୱନ୍ଦୀ ଜନନେତା ବିଜୁ ପଟନାୟକ, ପ୍ରବାଦ ପୁରୁଷ ରୂପେ ଇତିହାସ ରେ ସ୍ଥାନ ପାଇଛନ୍ତି । ଦୀର୍ଘ ଅର୍ଦ୍ଧଶତାଦ୍ଦୀ ଧରି ସେ ଓଡିଶା ରାଜନୀତିକୁ ଚଳ ଚଲ କରି ଝଡର ଇଗଲ ଭଳି ରାଜନୀତି ଆକାଶରେ ଘୁରି ବୁଲିଥେôଲ । ସେ କେବଳ ଡେଙ୍ଗା ଚଉଡା ଲୋକ ଆକାରରେ ନଥିଲେ, ତାଙ୍କ ଚଉଡା ଛାତି ଭିତରେ ଏକ ବିରାଟ ଦରଦୀ ହୃଦୟ ମଧ୍ୟ ଲୁଚି ରହିଥିଲା । ସେହି ମମତା ଭରା ହୃଦୟ, ତାଙ୍କ ସମୟର ଅନେକ ଉଦ୍ଦାମ ଯୁବକଙ୍କୁ ଦେଶ ମାଆର ସେବା କରିବା ପାଇଁ, ତାଙ୍କ ଆଡକୁ ଆକର୍ଷିତ କରିଥିଲା । ଯାହାଙ୍କୁ ସେଦିନ ସେ ବାଟରୁ ସାଉଁଟି ଆଣିଥିଲେ,ସେମାନେ ପରେ ଓଡିଶା ରାଜନୀତିରେ ଉଚ୍ଚ ସ୍ଥାନକୁ ଯାଇଥିଲେ ଓ ନିଜକୁ ବିଜୁପ୍ରେମୀ ବୋଲି ସାରା ଜୀବନ ପରିଚୟ ଦେଉଥିଲେ ।
ତାଙ୍କ ମନରେ ଅସୀମ ସାହାସ ଥିଲା । ଥରେ ବନ୍ୟା ବେଳେ ଗୋପବନ୍ଧୁଙ୍କ ସହ ନାବରେ ଗଲା ବେଳେ ଉକôଳମଣିଙ୍କ ଛତା ଟି ଉଡି ଯାଇ ନଈରେ ପଡିଲା । ସାଙ୍ଗେ ସାେଙ୍ଗେ ସେ ଡେଇଁ ପଡି ଭରା ନଈରୁ ଛତାକୁ ଉଦ୍ଧାର କରି ଗୋପ ବାବୁଙ୍କ ହାତରେ ଦେଲେ । ଭୀରୁଙ୍କ ଭଳି ରାଜନୈତିକ ମାର ପେ ତାଙ୍କ ମନରେ ଆଦୌ ନଥିଲା; ପଛରୁ ଛୁରି ଭୁଷିବା ତାଙ୍କର ପ୍ରକୃତି ବିରୁଦ୍ଧ. କାରଣ ସେ ସମ୍ମୁଖ ଯୁଦ୍ଧରେ ବିଶ୍ୱାସ କରୁଥିଲେ ।
ସ୍ୱାଧିନତା ପରେ ପରେ ପାକିସ୍ତାନର କାଶ୍ମୀର ଉପରେ ଆକ୍ରମଣ ବେଳେ, ପ୍ରଥମେ ଯେତେବେଳେ ବିମାନ ବାହିନୀ ଦ୍ୱାରା ସୈନ୍ୟ ମାନଙ୍କୁ ପଠାଗଲା; ପ୍ରଥମ ଦଫାରେ ବିମାନ ଚାଳନା କରିଥିଲେ ଏହି ଓଡିଆ ପୁଅ ।୨୭.୧୦.୧୯୪୭ ଦିନ ଶହୀଦ କାପ୍ଟେନ ଦେୱାନ ରଣଜିତ ସିଂଙ୍କ ସହ୧୭ ଜଣ ଭାରତୀୟ ଜବାନଙ୍କୁ ନିଜ ବିମାନରେ ନେଇ ଶ୍ରୀନଗର ବିମାନ ଘାଟୀରେ ଓହ୍ଲାଇବାରେ ସଫଳ ହୋଇଥିଲେ ବିଜୁ ପଟନାୟକ ।
୧୯୪୬ -୪୭ ମସିହା କଥା । ଇଂରେଜ ମାନେ ତଥାପି ଭାରତର ଶାସନରେ ଥାଆନ୍ତି । ନେହେରୁ ମଧ୍ୟବର୍ତ୍ତ ିକାଳୀନ ମନ୍ତ୍ରୀ ମଣ୍ଡଳର ଦାୟିତ୍ୱରେ ରହିଥାଆନ୍ତି (ଭାଇସ ପ୍ରେସିଡେଣ୍ଟ)ା ସାରା ପୃଥିବୀରୁ ପରାଧିନତାର କାଳିମା ବିଲୋପ ପାଇଁ ସେ ସଂଗ୍ରାମ ଆରମ୍ଭ କରିଦେଇ ଥିଲେ । ସେତେବେଳେ ଇଣ୍ଡୋନେସିଆ ଡଚ ମାନଙ୍କ ଶାସନରେ ଥିଲା । ଦ୍ୱିତୀୟ ମହାଯୂଦ୍ଧରେ ଜାପାନୀ ମାନେ ସେମାନଙ୍କୁ ତଡି ଦେଇଥିଲେ । ଜାପାନର ପରାଜୟ ପରେ ଡଚ ମାନେ ପୁଣି ତାହାକୁ ଅଧିକାର କଲେ । ଜାପାନ ର ୟୁରୋପୀୟ ଶକ୍ତିଙ୍କ ଉପରେ ବିଜୟ, ଏସିଆର ପରାଧିନ ଦେଶମାନଙ୍କ ମନରେ ସାହାସ ଭରି ଦେଲା । ଭିଏତନାମ, କାମ୍ବୋଡିଆ,ଲାଓସ,ଇଣ୍ଡୋନୋନେସିଆ ସବୁଠାରେ ସ୍ୱାଧିନତା ପାଇଁ ସଂଗ୍ରାମ ଆରମ୍ଭ ହେଲା । ସମସ୍ତଙ୍କ ପାଇଁ ନେହେରୁଙ୍କ ଅକୁଣ୍ଠ ସମର୍ଥନ ଥିଲା । ଡଚମାନଙ୍କ ଦ୍ୱାରା ଅବରୁଦ୍ଧ ହୋଇ ରହିଥିବା ଇଣ୍ଡୋନେସିଆର କିଛି ସ୍ୱାଧୀନତା ସଂଗ୍ରାମୀ ଙ୍କୁ ଉଦ୍ଧାର ପାଇଁ ତାଙ୍କ ନିଦେ୍ର୍ଦଶରେ ବିଜୁ ପଟ୍ଟନାୟକ ନିଜେ ବିମାନ(ଡାକୋଟା) ଚଳାଇ ସାତ ସମୁଦ୍ର ଅତିକ୍ରମ କରି ସେମାନଙ୍କୁ ଉଦ୍ଧାର କରି ଦିଲ୍ଲୀ ନେଇ ଆସିଲେ । ସେମାନେ ଦିଲ୍ଲୀ ଠାରେ ବସୁଥିବା ଏସିଆ ସମ୍ମିଳନୀରେ ଯୋଗ ଦେଇ ନିଜ ଦେଶ କଥା କହିଲେ ।(୨୪.୭.୧୯୪୭)ା ଖୁବ ଶୀଘ୍ର ଇଣ୍ଡୋନେସିଆ ସ୍ୱାଧୂୀନ ହେଲା ଓ କୃତଜ୍ଞ ଇଣ୍ଡୋନେସିଆ ସରକାର ତାଙ୍କ ଦେଶର ସର୍ବଶ୍ରେଷ୍ଠ ସମ୍ମାନ ଭୂମିପୁତ୍ର ଓଡିଆ ପୁଅକୁ ପ୍ରଦାନ କଲେ (୧୯୫୫)ା ଇଣ୍ଡୋନେସିଆର ଅତିଥି ଥିଲା ବେଳେ ତାର ସର୍ବୋଚ୍ଚ ନେତା, ସୁକର୍ଣ୍ଣଙ୍କର କନ୍ୟା ଜାତ ହୋଇଥିଲା, ଯାହାର ନାମ ମେଘାବତୀ ସୁକର୍ଣ୍ଣ କନ୍ୟା ଦେଇଥିଲେ ବିଜୁ ପଟନାୟକ । ପରେ ମେଘାବତି ଦେଶର ପ୍ରେସିଡେଣ୍ଟ ହୋଇଥିଲେ(୨୦୦୦-୨୦୦୪) । ସେହି ଘଟଣାକୁ ନେଇ ଅନେକ କିମ୍ବଦନ୍ତୀ ଘରେ ଘରେ ପ୍ରଚାରିତ ହୋଇ ଆସୁଛି ।
ଓଡିଶାର ସର୍ବଶ୍ରେଷ୍ଠ ଦିଗବିଜୟୀ ସମ୍ରାଟ ଖାରବେଳ ଓ ତାଙ୍କ ଦ୍ୱାରା ସ୍ଥାପିତ କଳିଙ୍ଗ ସାମ୍ରାଜ୍ୟ ତାଙ୍କର ଅତିପ୍ରିୟ ଥିଲା । ସେଥିପାଇଁ ସେ ତାଙ୍କର ଅଧିକାଂଶ ପ୍ରତିଷ୍ଠାନ (କଳିଙ୍ଗ ପୁରସ୍କାର, କଳିଙ୍ଗ ଟୁ୍ୟବ, କଳିଙ୍ଗ ସମ୍ବାଦ ପତ୍ର, କଳିଙ୍ଗ ଇଲେକ୍ଟ୍ରୋଲକ୍ସ୍ର, କଳିଙ୍ଗ ଏୟାର ଲାଇନ, କଳିଙ୍ଗ ରଥ,କଳିଙ୍ଗ ବାଲିଯାତ୍ରା) ସେହି ନାମରେ ସ୍ଥାପନା କରିଥିଲେ । ସେ ନେହେରୁଙ୍କ ଅତି ପ୍ରିୟ ଥିଲେ,ତାଙ୍କ କଟକ ବାସ ଭବନର ନାମ ଆନନ୍ଦ ଭବନ ବୋଲି ମଧ୍ୟ ରଖିଥିଲେ ।
୧୯୬୧ ମସିହା ରାଜ୍ୟ ନିର୍ବାଚନରେ ଦମ ଦେଖାଇ କଂଗ୍ରେସକୁ ପ୍ରଥମ ଥର ପାଇଁ ବହୁମତ ଆଣି ଦେଇ ସାରା ଦେଶରେ ଚମକ ସୃଷ୍ଟି କରିଥିଲେ । ଓଡିଶାରେ ମୁଖ୍ୟମନ୍ତ୍ରୀ(୧୯୬୧-୧୯୬୩) ହୋଇ ନିର୍ମାଣ ଯୁଗ ଆରମ୍ଭ କଲେ । ପାରାଦ୍ୱୀପ ବନ୍ଦର,ଏକ୍ସପ୍ରେସ ସଡକ, କୃଷି ବିଶ୍ୱ ବିଦ୍ୟାଳୟ ବସାଇ ସେ ଆଧୁନିକ ଓଡିଶାର ମୁଳୁଦୁଆ ପକାଇଥିଲେ । ମାତ୍ର ସେ ବାରମ୍ବାର ରାଜନୀତିର ପଶା ପାଳିରେ ହାରି ଯାଉଥିଲେ । ସମସ୍ତ ଙ୍କୁ କ୍ଷମା ଦେବା ଦ୍ୱାରା ସେ ଗୃହ ଶତୃ ମାନଙ୍କର ବଂଶ ବୃ୍ଦ୍ଧି କଲେ । ସେମାନେ ବାରମ୍ବାର ପଛରୁ ଛୁରି ମାରିଲେ । ଅବୁଝା ପୁଅ କହି ସେ ସେମାନଙ୍କୁ ବାରମ୍ବାର କ୍ଷମା ଦେଲେ । ତାଙ୍କ ନାମରେ ଭିଜିଲାନସ କେସ କରି ତାଙ୍କ ପ୍ରଧାନମନ୍ତ୍ରୀ ହେବାକୁ ବନ୍ଦ କରାଗଲା । ତାଙ୍କ ଠାରୁ ଅର୍ଥ ନେଇ ତାଙ୍କ ଦଳ ବିରୁଦ୍ଧରେ ପ୍ରାର୍ଥୀ ଦେଲେ । ଶେଷ ଜୀବନରେ ଅଶାନ୍ତି ଓ ପରାଜୟର ଗ୍ଲାନି ଓ ଦୁଃଖ ନେଇ ସେ ପରଲୋକକୁ ଗଲେ ।(୧୯୯୭)
ହାରନ୍ତୁ କି ଜିତନ୍ତୁ,ସେ ଯେଉଁ ଦଳରେ ଥାଆନ୍ତୁ ନା, ତାଙ୍କର ଶତକଡା୨୦ଭାଗ ସମର୍ଥନ ସବୁବେଳେ ରାଜ୍ୟ ରେଥିଲା , ଯେଉଁ ମାନେ ଥିଲେ ବିଜୁ ପ୍ରେମୀ । ସେମାନଙ୍କ ପାଇଁ ବିଜୁର ଦ୍ୱାର ସବୁବେଳେ ଖୋଲା ଥିଲା । ଲମ୍ବା ପକେଟରେ ହାତ ପୁରାଇ, ଯାହା ହାତରେ ପଡିଲା କାଢି ସେ ସେମାନଙ୍କ ହାତରେ ନ ଗଣି ଧରାଇ ଦେବେ । ଅନେକ କାହାଣୀ ବିଜୁ ବାବୁଙ୍କୁ ନେଇ ରାଜ୍ୟର ଲୋକମୁଖରେ ଶୁଣା ଯାଏ । ଥରେ ବିଜୁ ବାବୁଙ୍କୁ ପଚରା ଗଲା, “ଆପଣଙ୍କ ବନ୍ଧୂ କିଏ? ଶତୃ କିଏ?” ବିଜୁ ବାବୁ ମହାଭାରତ ର ରାଜା ଦୃପଦଙ୍କ ଭାଷାର ଉତ୍ତର ଦେଇଥିଲେ, ଶତୃତା ବା ମିତ୍ରତା ସମାସ୍କନ୍ଧ ବ୍ୟକ୍ତିଙ୍କ ଭିତରେ ହୁଏ । ଏ ରାଜ୍ୟରେ ମୋ ସମାସ୍କନ୍ଧ କେହି ନାହାଁନ୍ତି । ତେଣୁ ମୋର କେହି ଶତୃ କି ମିତ୍ର ନାହାଁନ୍ତି । କେବଳ ଅନୁଗତ ହିଁ ଅଛନ୍ତ!”
ଆଉ ଏକ କାହାଣୀ,ସତ କି ମିଛ ତାଙ୍କୁ ପଚାରି ଥାଆନ୍ତା ବ । କିଏ? ଚୌଦ୍ୱାର ଓ.ଟି.ଏମ.ଲୁଗା ମିଲର ଜଣେ ପଞ୍ଜାବୀ ମାନେଜର ଥାଆନ୍ତି । କଥାକଥାରେ ସେ “ଶାଲା ଓଡିଆ”କହି ଓଡିଆ କର୍ମଚାରୀଙ୍କୁ ଗାଳି ଦିଅନ୍ତି । ଥରେ କିଛି ଓଡିଆ କର୍ମଚାରୀ ବିଜୁ ବାବୁଙ୍କ ଆଗରେ ଏ ନେଇ ଫେରାଦ ହେଲେ । ସେମାନେ ଓଡିଆଙ୍କ ପ୍ରତି ବିଜୁ ବାବୁଙ୍କ ଦୁର୍ବଳତା ଜାଣନ୍ତି । ଏ କଥା ଶୁଣି ବିଜୁବାବୁ ରାଗରେ ଥରି ଉଠିଲେ ଓ କହିଲେ, “ସେ ଶଳାକୁ କୁହ, ତୋର ଭଉଣୀକୁ ଜଣେ ଓଡିଆ ରଖିଛି”(ବିଜୁ ବାବୁଙ୍କ ପନôୀ ପଞ୍ଜାବୀ ଥିଲେ) ।
ଅନେକ ଦିନ ତଳର କଥା,ଗୋଟେ ବେସରକାରୀ କଲେଜର ଦଳେ ଅଧ୍ୟପକ କଲେଜ ଲାଇବ୍ରେରୀ ପାଇଁ ବିଜୁ ବାବୁ କିଛି ଅର୍ଥ ସରକାରକୁ ସୁପାରିସ କରିବାକୁ ଦରଖାସ୍ତ ଧରି ପହଞ୍ଚିଲେ । “କେତେ ଟଙ୍କା ଦରକାର?” ବଡ ପାଟିରେ ବିଜୁ ବାବୁ ପଚାରିଲେ । ଅଧ୍ୟାପକ ମାନେ ଡରିଡରି କହିଲେ,“ଟଙ୍କା ପଚାଶ ହଜାର ହେଲେ ହୋଇଯିବ ।”
ବିଜୁ ବାବୁ ଠୋ ଠୋ ହସିଲେ, “ଓଡିଆଙ୍କ ସବୁବେଳେ ମନ ଛୋଟ, ପଚାଶ ହଜାରରେ କି ଲାଇବ୍ରେରୀ ହେବ?” ଲେଖା କାଟି ୨ ଲକ୍ଷ ସୁପାରିଶ ଲେଖିଦେଲେ ।
ବିଜୁ ବାବୁଙ୍କର ଜଣେ ଅନୁଗତର ଜ୍ୱାଇଁ ସେତେବେଳର ଅବିଭକ୍ତ କୋରାଫୁଟର ଶେଷ ସୀମା ହାଟଭରାଣ୍ଡି ବେସରକାରୀ ହାଇସ୍କୁଲରେ ଶିକ୍ଷକ ଥାଆନ୍ତି । ବିଚରା ଶଶୁର ଜ୍ୱାଇଁର କଟକ ବଦଳି କଥା ବିଜୁବାବୁଙ୍କୁ ଗୁହାରୀ କଲେ, “ବେସରକାରୀ ସ୍କୁଲରୁ କିପରି ବଦଳି ହେବ?”?
ହଟାତ ସେକ୍ରେଟାରୀ କୁ ଡାକି କହିଲେ, “ଗୋଟା ଆଦେଶ ଜାରି କର । ରାଜ୍ୟ ସିମାନ୍ତରେ ଥିବା ସମସ୍ତ ପ୍ରାଇଭେଟ ହାଇସ୍କୁଲ ସରକାରୀ ହେବ, ତା’ ସହିତ ବାବୁଙ୍କ ଜ୍ୱାଇଁର ବଦଳି ବିଜୁ ବାବୁଙ୍କ ବିରୁଦ୍ଧରେ ଖାନ୍ନା କମିଶନ ବସି ଦୁର୍ନିତି ଅନୁସନ୍ଧାନ କରୁଥିଲେ । ସେତେବେଳେ ଜନ କଂଗ୍ରେସ-ସ୍ୱତନ୍ତ୍ର ସରକାର ଚାଲୁଥାଏ । ସରକାରୀ ଓକିଲ କୋର୍ଟ ରୁମରେ ବିଜ ୁ ବାବୁ କେମତି କୋଟି କୋଟି ଟଙ୍କା ଖାଇଗଲେ କହୁ ଥାଆନ୍ତି । ହଟାତ ବିଜୁ ବାବୁ କହି ଉଠିଲେ, “ସମସ୍ତେ କୋଟି କୋଟି ଖାଇଗଲି କହୁଛ, କହିଲ, କୋଟିରେ କେତେଟା ଶୂନ ଅଛି?”ଚୁପ ହୋଇଗଲେ ଓକିଲ ବାବୁ ।
ଏମତି ଅନେକ କଥା, ଲୋକମାନେ ବର୍ଷ ପରେ ବର୍ଷ କହୁଛନ୍ତି, ଶୁଣୁଛନ୍ତି । ସେ କାହାଣୀର ଶେଷ ନାହିଁ, ଆରବ ରାତିର କାହାଣୀ ଭଳି । ତେରଟି ଜିଲ୍ଲାକୁ ୩୦ ଜିଲ୍ଲାରେ ପରିଣତ କରିବାର ତାକତ କେବଳ ବିଜୁ ବାବୁଙ୍କର ଥିଲା । ଅନ୍ୟ ମାନେ ତ ଗୋଟିଏ ନୂଆ ସବ ଡିଭିଜନ ସୃଷ୍ଟି କରିପାରି ନାହାନ୍ତି । ଏ ଦେଶ ପ୍ରତି ତାଙ୍କ ଦାନକୁ ମନେ ପକାଇ ରାଜ୍ୟ ବାସୀ ମାନେ ବାଡିର ଲଙ୍କା ଗଛ ଋଣ ଶୁଝିଲା ପରି ପରି ୨୫ ବର୍ଷ ହେଲା ତାଙ୍କ ପୁୁଅକୁ କ୍ଷମତା ଗାଦିରେ ବସାଇ ଛନ୍ତି । ନିକଟରେ ତାଙ୍କ ଦାନକୁ ମନ ପକାଇ ଇଣ୍ଡୋନେସିଆ ସରକାର ଦିଲ୍ଲୀ ଠାରେ ନିଜ ଦୂତାବାସର ଗୋଟିଏ କକ୍ଷକୁ ବିଜୁ ବାବୁଙ୍କ ନାମରେ ନାମିତ କରିଛନ୍ତି । ଅନେକ ଦିନ ପରେ ବି ଲୋକ ମାନେ ତାଙ୍କୁ ମନେ ପକାଇ କହିବେ “ଏମତି ଜଣେ ଓଡିଆ ଥିଲେ!”
ଡାକ୍ତର ସୁରେନ୍ଦ୍ର ବାଥ ଦାଶ, ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଉମରକୋଟ, ନବରଙ୍ଗପୁର,ମୋ:୯୪୩୭୨୩୫୩୮୬
Your point of view caught my eye and was very interesting. Thanks. I have a question for you.
Can you be more specific about the content of your article? After reading it, I still have some doubts. Hope you can help me.