ବନ୍ଦର ଚିକିତ୍ସାଳୟ ପକ୍ଷରୁ କୋଭିଡ-୧୯ ଆଚାର ସଂହିତା ଶପଥପାଠ ଗ୍ରହଣ କାର୍ଯ୍ୟକ୍ରମ
ପାରାଦ୍ୱୀପ,(ଆଇଏନ୍ଏସ୍): ବିଶ୍ୱ ମହାମାରୀ କରୋନାକୁ ହରାଇବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀ ଏକ ଜନ ଆନେ୍ଦାଳନର ଆହ୍ୱାନ ଦେଇଛନ୍ତି । ଏହି ଜନ ଆନେ୍ଦାଳନରେ ପାରାଦ୍ୱୀପ ବନ୍ଦର ମଧ୍ୟ ସାମିଲ ହୋଇଛି । କୋଭିଡ-୧୯ ଆଚାର ସଂହିତା ପାଳନ ନିମନ୍ତେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏଙ୍କ ତତ୍ୱାବଧାନରେ ବିଭିନ୍ନ ବିଭାଗରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ପରିପେକ୍ଷୀରେ ବନ୍ଦର ଚିକିତ୍ସାଳୟ ଠାରେ ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ବଜାୟ ରଖିବା, ସାବୁନ, ପାଣି ଓ ସାନିଟାଇଜରେ ନିୟମିତ ହାତ ଧୋଇବା ସମେତ ସମସ୍ତ କୋଭିିଡ୍ ନିୟମ ମାନି ଚାଲିବାକୁ ଡା.ପଣ୍ଡା ଶପଥ ପାଠ କରାଇ ଥିଲେ । ତେବେ ପାରାଦ୍ୱୀପ ବନ୍ଦରର ସ୍ୱଚ୍ଛ ଭାରତ ଅଭିଯାନ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ବନ୍ଦର ଚିକିତ୍ସାଳୟ ସର୍ବାଗ୍ରେ ରହିଛି । ଏହି କାର୍ଯ୍ୟକ୍ରମରେ ଚିକିସôାଳୟର ସମସ୍ତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ ।