ଆଫଗାନ ଶାସକଙ୍କ ଭାରତ ଆକ୍ରମଣ
ଆଫାଗାନିସ୍ତାନ ଭାରତର ପଡୋଶୀ ରାଷ୍ଟ୍ର ହେଲେ ମଧ୍ୟ ଅତୀତ ର ଆଫଗାନ ଶାସକ ମାନଙ୍କର କ୍ରୁର ଆକ୍ରମଣ ପ୍ରତ୍ୟେକ ଭାରତୀୟ ମନରେ ତିକ୍ତତା ଭରିଦିଏ । ନିକଟ ଅତୀତ ରେ ବାମିୟାନ ପ୍ରଦେଶ ରେ ଥିବା ବିଶାଳ ବୁଦ୍ଧ ମୂର୍ତ୍ତିକୁ ଯେପରି କମାଣ ଓ ବୁଲଡୋଜର ଲଗାଇ ଆଫାଗାନିସ୍ଥାନର ତାଲିବାନ ମାନେ ଭାଙ୍ଗିଲେ, ତାହା ଆମକୁ ଅତୀତ ର ସୋମନାଥ ମନ୍ଦିର ଭଙ୍ଗା ମନେ ପକାଇଦେଲା ।
ପୌରାଣିକ ଯୁଗରେ ଆଫାଗାନିସ୍ତାନ ଗାନ୍ଧାର ନାମରେ ପରିଚିତ ହୋଇ,ଆର୍ୟ୍ୟ ସଭ୍ୟତାର ମୁଖ୍ୟ କେନ୍ଦ୍ର ଥିଲା ।ଏହା ଥିଲା ମହାଭାରତ ବର୍ଣ୍ଣିତ ଶକୁନୀ ଓ ତା ଭଉଣୀ ଗାନ୍ଧାରୀଙ୍କ ରାଜ୍ୟ । ଗାନ୍ଧାର କଳା ଓ ସା୍ଥପତ୍ୟ,ସେ ଯୁଗରେ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଥିଲା । କୁଶାଣ ସମ୍ରାଟ କନିଷ୍କ ଙ୍କ ସାମ୍ରାଜ୍ୟ ରେ ଗାନ୍ଧାର ଅନ୍ତର୍ଗତ ଥିôଲା ଓ ପୁରୁଷପୁର ବା ଆଜିର ପେଶୱାର ଥିଲା ତାଙ୍କ ରାଜଧାନୀ । ବୌଦ୍ଧ ସଭ୍ୟତାର ମଧ୍ୟ କେନ୍ଦ୍ର ସ୍ଥଳ ଥିଲା ଏହି ଦେଶ । ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ତକ୍ଷଶୀଳା ଏହି ଦେଶରେ ଥିଲା । ବାମିୟାନ ଉପତ୍ୟକାରେ ଅସଂଖ୍ୟ ବୁଦ୍ଧ ମୂର୍ତ୍ତି, ସ୍ତୁପ ,ଚୈତ ମାନର ଭଗ୍ନାବେଶଷ ଏବେବି ଦେଖାଦିଏ ।
ସପ୍ତମ ଶତାଦ୍ଦୀରେ ଇସଲାମ ଧର୍ମର ପ୍ରବେଶ ସବୁ ଓଲଟାଇ ଦେଲା । ମହମ୍ମଦଙ୍କ ବାଣି ବିଧର୍ମି ମାନଙ୍କୁ ନିପାତ କଲେ ସ୍ୱର୍ଗ ଓ ଅପସରାଙ୍କ ସୁଖ ମିଳିବ, ଏ ଭାବନା ମୁସଲମାନ ମାନଙ୍କୁ ରକ୍ତମୁଖା କରିଦେଲା ।ଏସିଆ ଆଫ୍ରିକ ଓ ୟୁରୋପର ଏକ ବିଶାଳ ଅଂଶରେ ସେମାନ ଙ୍କର ବିଜୟ ଧ୍ୱଜା ଉଡିଲା । ସେତେବେଳେ ଭାରତ ଥିଲା ବିଶ୍ୱର ସବୁଠାରୁ ପ୍ରାଚୁର୍ଯ୍ୟଭରା ଦେଶ । ପର୍ବତଶ୍ରେଣୀ ଓ ସାଗର ଦ୍ୱାରା ବିଛିନ୍ନ ହୋଇ, ପ୍ରାଚୁର୍ଯ୍ୟରେ ରହି ଅନ୍ୟର ଆକ୍ରମଣ କଥା ଏମାନେ ଭାବି ନଥିଲେ । ଆମେ ତ କାହାର ଖରାପ କରୁନୁ,ଆମକୁ କାହିଁକି କିଏ ଆକ୍ରମଣ କରିବ? ଖୁବ ଶୀଘ୍ର ମିଥ୍ୟା ବୋଲି ପ୍ରମାଣିତ ହେଲା । ପଶ୍ଚିମ ସୀମାନ୍ତରେ ଥିବା ଖାଇବର ଗିରିପଥ ଦେଇ ଆଫଗାନିସ୍ତାନର ଦୁର୍ଦ୍ଦଶ ଶାସକ ମାନେ ଆଠ ଶତାଦ୍ଦୀ ଧରି ଏ ଦେଶରେ ଅଚିନ୍ତନୀୟ ଧ୍ୱଂସଲୀଳା କରି ଚାଲିଲେ । ଏକତା ଅଭାବରୁ ଭାରତୀୟ ମାନେ ବାରମ୍ବାର ଆକ୍ରମଣକାରୀ ମାନଙ୍କ ଦ୍ୱାରା ଲାଂଛିତ ହେଲେ । ଏହି ଆକ୍ରମଣ ମଧ୍ୟରେ ୧୦୦୧ ରୁ ୧୦୨୭ ମଧ୍ୟରେ ଆଫାଗାନିସ୍ତାନ ର ଗଜନୀ ରାଜ୍ୟର ଶାସକ ମାମୁଦଙ୍କର ୧୭ ଥର ଭାରତ ଆକ୍ରମଣ ସବୁଠାରୁ ଅଧିକ ଧଂ୍ୱସଲୀଳା ସୃଷ୍ଟି କରିଥିଲା । ପ୍ରତି ବର୍ଷ ବର୍ଷା ଋତୁ ସରିଲେ, ତାଙ୍କର ଆସିବା ନିଶ୍ଚିତ ଜାଣି ମଧ୍ୟ ଭାରତର ଶାସକ ମାନେ ତାର ପ୍ରତିକାରର ବ୍ୟବସ୍ଥା କରି ପାରିଲେ ନାହିଁ । ଏକ ବିଶାଳ ଅଂଶରେ ଅସଂଖ୍ୟ ମନ୍ଦିର ଭଗ୍ନ କରି ସେ ମଥୂରା, କନୌଜ,ତକ୍ଷଶୀଳା, ନଗରକୋଟ, ମୁଲତାନ ଭଳି ସମୃଦ୍ଧିଶାଳୀ ନଗର ମାନ ଧ୍ୱଂସ କଲେ ।୧୦୨୭ ମସିହାରେ ବିଶାଳ ଥର ମରୁଭୁମି ଓ ଗୀର ଜଙ୍ଗଲ ଅତିକ୍ରମ କରି ମାମୁଦ ଆରବ ସାଗର କୂଳରେ ଥିବା ପ୍ରଭାସ କ୍ଷେତ୍ର ର ପ୍ରସିଦ୍ଧ ସୋମନାଥ ମନ୍ଦିର ଭଗ୍ନ କରି ଅଜସ୍ର ଧନରତ୍ନ ଲୁଣ୍ଠନ କଲେ । ସମସ୍ତ ପୂଜକ ମାନ ଙ୍କୁ(୫୦ ହଜାର) ହତ୍ୟା କଲେ । ଲିଙ୍ଗ କୁ ଭାଙ୍ଗି ନିଜ ରାଜ ପ୍ରସାଦରେ ପାହାଚ ପଥର କଲେ । ଏଭଳି କାର୍ଯ୍ୟରେ ମୁସଲିମ ଜଗତ ର ସର୍ବୋଚ୍ଚ ର୍ଧମଗୁର ୁତାଙ୍କୁ ବସ୍ତ୍ର ପୁରସ୍କାର ଦେଇ ସମ୍ମାନୀତ କଲେ । ଭାରତୀୟ ମାନ ଙ୍କ ପ୍ରତିରକ୍ଷାର ଚରମ ବିଫଳତା ପୃଥିବୀ ଦେଖିଲା ।
ତାପର ଆକ୍ରମଣ ହେଲା ୧୧୯୧ ଓ୧୧୯୨ ମସିହାରେ । ଏଥର କ ଲକ୍ଷ୍ୟ ଦିଲ୍ଲୀ । ଅନ୍ୟଏକ ଆଫଗାନ ରାଜ୍ୟ ଘୋରୀ ର ସୁଲତାନ ମହମ୍ମଦ ଘୋରୀ ଭାରତ ଆକ୍ରମଣ କରି ୧୧୯୧ ମସିହାରେ ଚୌହାନ ରାଜା ପୃଥ୍ୱୀରାଜଙ୍କ ଦ୍ୱାରା ପ୍ରଥମ ତିରୋରୀ ଯୂଦ୍ଧରେ ପରାସ୍ତ ହେଲେ, ମାତ୍ର ବର୍ଷକ ପରେ ସେ ଆସି ଦ୍ୱିତୀୟ ତିରୋରୀ ଯୁଦ୍ଧରେ ପୃଥିରାଜଙ୍କୁ ପରାସ୍ତ ଓ ନିହତ କଲେ । ଭାରତରୁ ହିନ୍ଦୁ ରାଜତ୍ୱ ଅସ୍ତମିତ ହେଲା । ଦିଲ୍ଲୀରେ ୩୦୦ ବର୍ଷ ମୁସଲମାନ ରାଜତ୍ୱ ଚାଲିଲା ପରେ ମୋଗଲ ବାଦଶା ବାବର ଭାରତ ଆକ୍ରମଣ କଲେ । ସେତେବେଳେ ସେ ଆଫଗାନ ରାଜ୍ୟର କାବୁଲର ଶାସକ ଥିଲେ । ସାଙ୍ଗରେ ମାତ୍ର ୧୨ହଜାର ସୈନ୍ୟ ଧରି ସେ ଯେପରି ଭାରତର ତତକାଳିନ ଲୋଦୀ ସୁଲତାନଙ୍କୁ ୧୫୨୬ ମସିହାରେ ପ୍ରଥମ ପାନିପଥ ଯୁଦ୍ଧରେ ପରାସ୍ତ ଓ ନିହତ କଲେ, ତାହା ଆମ ଦୁର୍ବଳତାର ପରିଚାୟକ । ବାବର ସେତେବେଳକୁ ବନ୍ଧୁକ କମାଣ ବ୍ୟବ ହାର କଲା ବେଳକୁ, ଆମେ ମହାଭାରତ ଯୁଗ ର ହାତୀ ଓ ଧନୁଶର ଧରି ଯୁଦ୍ଧ କରୁଥିଲୁ ।
ମାତ୍ର ବର୍ଷକ ପରେ ନିଜକୁ ସାହାସୀ ଓ ରଣରଙ୍କା ବୋଲି ଦାବି କରୁଥିବା ରାଜପୁତ ମାନଙ୍କ ସମ୍ମିଳିତ ବାହିନୀକୁ ଖାନୁଆ ରଣକ୍ଷେତ୍ର ରେ ଶୋଚନୀୟ ଭାବରେ ବାବର ପରାସ୍ତ କଲେ । ରାଜପୁତ ମାନଙ୍କର ନେତା ରାଣା ସଙ୍ଗ ଜୀବନ ନେଇ ପଳାୟନ କଲେ ଓ ଗୋଟାଏ ଯୁଦ୍ଧରେ ରାଜପୁତ ମେଣ୍ଟର ବିଲୟ ଘଟିଲା । ଭାରତ ରେ ମୋଗଲ ବଂଶ ରାଜତ୍ୱ ଦୃଢ ହେଲା । ୧୭୩୯ ମସିହାରେ ଦିଲ୍ଲୀ ରେ ରକ୍ତ ର ନଈ ବୁହାଇଥିବା ନାଦିର ଶାହା ପାରସ୍ୟ ର ସମ୍ରାଟ ହେଲେ ମଧ୍ୟ ଆଫଗାନିସ୍ତାନକୁ ଜୟ କରିଥିଲେ । ମାତ୍ର ୫୦ ହଜାର ସୈନ୍ୟ ଧରି ସେ କର୍ଣ୍ଣାଲ ଠାରେ ୨ ଲକ୍ଷ ଦିଲ୍ଲୀ ସୁଲତାନଙ୍କ ସୈନ୍ୟ କୁ ପରାସ୍ତ କଲେ ।୨୭ ଜଣ ମୁଖ୍ୟ ମୋଗଲ ସେନାପତି ଯୁଦ୍ଧରେ ଟଳି ପଡିଲେ ।
ତାପର ଆକ୍ରମଣ ହେଲା ଆଫଗାନସ୍ତାନ ର କାନ୍ଦାହାର ର ଶାସକ ଅହମଦଶାହା ଦୁରାନୀ ଙ୍କ ଦ୍ୱାରା ସେ ଆଠଥର ଭାରତ ଆକ୍ରମଣ କରିଥିରେ (୧୭୪୩ ରୁ୧୭୭୪)ା ନିଜକୁ ନାଦୀରଶାହାଙ୍କ ଉତ୍ତରାଧିକାରୀ ରୂପେ ପଞ୍ଜାବକୁ ଅଧିକାର କଲେ । ଶିଖ ମାନଙ୍କ ସହ ତାଙ୍କର ଭୟଙ୍କର ବିବାଦ ହେଲା । ବଡ ଘୁଲୁଘୁଲା ଓ ସାନ ଘୁଲୁଗୁଲା(ଗଣ ହତ୍ୟା) ନାମରେ ସେ ଗଣହତ୍ୟା କରି ହଜାର ହଜାର ଶିଖଙ୍କୁ ହତ୍ୟା କରିଥେôଲ । ସ୍ୱର୍ଣ୍ଣ ମନ୍ଦିରକୁ ଭାଙ୍ଗିଥିଲେ । ଅମୃତ ସରୋବରରେ ଗାଈ କାଟି ରକ୍ତ ଢାଳିଥିଲେ । ଶେଷରେ ଶିଖ ମାନେ ପ୍ରାଣପାତ କରି ତାଙ୍କୁ ଭାରତରୁ ତଡି ଦେଇଥିଲେ । ମରହଟ୍ଟା ମାନଙ୍କ ସହ ତାଙ୍କର ଗୁରୁତ୍ୱପୂ୍ର୍ଣ ତୃତୀୟ ପାନିପଥ ଯୁଦ୍ଧ ୧୭୬୧ ମସିହାରେ ଜାନୁଆରୀ ୧୪ ତାରିଖରେ ହୋଇଥିଲା । ସପ୍ତଦଶ ଓ ଅଷ୍ଟଦଶ ଶତାଦ୍ଦୀରେ ମରହଟା ମାନଙ୍କର ଅଭ୍ୟୁଦୟ ଏକ ନୂଆ ଯୁଗର ସୁତ୍ରପାତ କରିଥିଲା । ଏପର୍ଯ୍ୟନ୍ତ ସବୁବେଳେ ହାରୁଥିବା ଭାରତୀୟ ମାନେ ବିଦେଶା ଗତ ମୁସଲିମ ଶାସକଙ୍କୁ ପରାଜୟ ରସ୍ୱାଦ ଚଖାଇଲେ । ମରହଟା ସେନାପତି ମହ୍ଲାର ରାଓ ହୋଲକାର, ରାଣୋଜୀ ସିନେ୍ଧ,ମହାଦଜୀ ସିନେ୍ଧ, ରଘୁନାଥ ରାଓ ଦିଲ୍ଲୀ,ରୋହିଲା ଖଣ୍ଡ,ଅଯୋଧ୍ୟା, ଗୁଜୁରାଟର ମୁସଲିମ ଶାସକ ମାନଙ୍କୁ ପରାସ୍ତ କଲେ । ନାଗପୁରର ରଘୂଜୀ ଭୋନସଲେ ବଙ୍ଗଳାର ନବାବଙ୍କୁ ପରାସ୍ତ କଲେ । ସେମାନେ ପେଶୱାରରୁ ଆଫଗାନ ଶାସକ ଅହମଦ ଶାହା ଦୁରାନୀଙ୍କ ପୁଅ ଟିମନ ଶାହାକୁ ତଡି ଅଧିକାର କଲେ । ଏହି ପରାଜୟର ପ୍ରତିଶୋଧ ନେବାପାଇଁ ଦୁରାନୀ ଭାରତରେ ପହଞ୍ଚିଲେ । ହିନ୍ଦୁ ମରହଟା ମାନଙ୍କ ଉତଥାନରେ ଆତଙ୍କିତ ଭାରତର ସମସ୍ତ ମୁସଲମାନ ଶାସକ ମାନେ ଦୁରାନୀଙ୍କୁ ସହଯୋଗ କଲେ । ମରହଟା ପେଶବା ମଧ୍ୟ ଦୁରାନୀ ଙ୍କୁ ତଡିବା ପାଇଁ ନିଜ ପୁଅ ଓ ପୁତୁରା ଙ୍କୁ ବିଶାଳ ସୈନ୍ୟ ଦେଇ ଉତ୍ତରକୁ ପଠାଇଲେ । ମାତ୍ର ମରହଟା ମାନଙ୍କୁ କୌଣସି ହିନ୍ଦୁ ଶାସକ ସହଯୋଗ କଲେନି । ସାଙ୍ଗରେ ଲକ୍ଷାଧିକ ତୀଥ୍ରଯାତ୍ରୀ ଧରି ଯିବାରୁ ଅଯଥା ବୋଝ ପଡିଲା । ତାଙ୍କ ଚାରିଆଡ ମୁସଲମାନ ମାନେ ଅବରୁଦ୍ଧ କଲେ । ଖାଦ୍ୟ ଯୋଗାଣ ବନ୍ଦ ହୋଇଗଲା । ଧର୍ମ ଯୁଦ୍ଧରେ ଯୋଗ ଦେବାପାଇଁ ବାଲଖା, ସମରକନ୍ଦ, କାସଗାର ଅଳରୁ ଯୋଧା ମାନେ ଦୁରାନୀଙ୍କୁ ସାହାଯ୍ୟ ପାଇଁ ପହôଗଲେ । ତିନିଦିନ ଉପାସରେ ଥାଇ ମରହଟା ମାନେ ପରାସ୍ତ ହେଲେ ମଧ୍ୟ ଦୁରାନୀଙ୍କୁ ଏପରି ଧକକା ଦେଲେ, ସେ ଭାରତ ଛାଡି ପଳାଇଲେ ଓ ପେଶବାଙ୍କୁ ପୁଅ, ପୁତୁରାରା ମୃତୁ୍ୟ ପାଇଁ ଦୁଖ ପ୍ରକାଶ କରି ପତ୍ର ଦେଲେ । ତୃତୀୟ ପାନିପଥ ଯୁଦ୍ଧ ଆମର ଦେଶୀୟ ରାଜା ମାନଙ୍କର କୂଟନୈତିକ ବି‘ଳତାର ଆଇଏକ କାହାଣୀ । ଦେଶ ବାହାରୁ ଆସି ଦୁରାନୀ ବନ୍ଧୁ ଓ ଖାଦ୍ୟ ସଂଗ୍ରହ କଲେ,ମାତ୍ର ଆମେ ନିଜ ଦେଶରେ କାହାକୁ ବନ୍ଧୂ ରୂପେ ପାଇଲୁନାହିଁ । ତୃତୀୟ ପାନିପଥ ପରେ ଇଂରେଜ ମାନଙ୍କ ଆର୍ବିଭାବ ହେଲା ।
ମହାରାଜା ରଣଜିତ ସିଂ ନିଜର ଖାଲସା ବାହିନୀ ଦ୍ୱାରା ଆଫଗାନ ମାନଙ୍କୁ ପେଶୱାର ଓ କାଶ୍ମୀରରୁ ତଡି ଦେଲେ । ଦୋସ୍ତ ମହମ୍ମଦଙ୍କ ସମୟ ରେ ଆଫଗାନ ମାନେ ପେଶୱାର ଆକ୍ରମଣ କରିଥିଲେ । ଜାମରୁଡ ଠାରେ ଯୁଦ୍ଧ ହେଲା । ଆଫଗାନ ମାନେ ପରାସ୍ତ ହେଲେ,ମାତ୍ର ଶିଖ ପ୍ରଧାନ ସେନାପତି ହରିସିଂ ନଲୱା ଙ୍କର ଆଫଗାନ ଆୟୁବ ଖାନ ସହ ଯୁଦ୍ଧ ରେ ମୃତୁ୍ୟ ଘଟିଲା
ଭିଭିନ୍ନ କାରଣ ନେଇ ଇଂରେଜ ଭାରତ ସହ ଆଫଗାନଙ୍କର ତିନିଥର ଯୁଦ୍ଧ ହୋଇଥିଲା । ପ୍ରଥମ ଆଫଗାନ ଯୁଦ୍ଧ୧୮୩୯-୧୮୪୨ ରେ ଇଂରେଜ ମାନେ ଅମିର ଦୋସ୍ତ ମହମ୍ମଦଙ୍କୁ ତଡି ସାହା ସୁଜାଙ୍କୁ ଶାସନ ଗାଦିରେ ବସାଇବା ପାଇଁ ଏକ ସୈନ୍ୟ ବାହିନ ି ପଠାଇଥିଲେ । ସେମାନେ ନିଜ ଲକ୍ଷ୍ୟରେ ସଫଳ ହେଲେ । ଦୋସ୍ତ ମହମ୍ମଦ ବନ୍ଦୀ ହୋଇ ଭାରତରେ ନିର୍ବାସିତ ହେଲେ । ସାହା ସୁଜା ଅମର ହେଲେ । ମାତ୍ର ଅଳ୍ପ ଦିନ ପରେ ବିଦ୍ରୋହ ଆରମ୍ଭ ହେଲା । ଭାରତ(କାବୁଲରୁ ଜଲାଲବାଦ)ଫେରୁଥିବା ଏକ ବ୍ରିଟିଶ ବାହିନୀ (୪୦୦୦ ସୈନ୍ୟ ଓ ୧୨୦୦୦ କ୍ୟାମ୍ପ ଫଲୋର)ଙ୍କୁ ନାନା ହଇରାଣ କରି ଆଫଗାନ ଘିଜିଲି ମାନେ ସମସ୍ତ ଙ୍କୁ ହତ୍ୟା କଲେ କିମ୍ବା ବିକଳାଙ୍ଗ କରିଦେଲେ । ସାହା ସୁଜାଙ୍କୁ ମଧ୍ୟ ହତ୍ୟା କଲେ ଜଣେ ଡାକ୍ତରର ବାଇଡନ ଆହତ ଅବସ୍ଥାରେ ଏକମାତ୍ର ଜୀବିତ ରହି ଜଲାଲବାଦ ଶିବିରରେ ପହଞ୍ଚିଲେ । ପରାଜୟର ପ୍ରତିଶୋଧ ପାଇଁ ୧୮୪୪ ମସିହାରେ ଇଂରେକମାନେ ଆଉଥରେ ସୈନ୍ୟ ଖାଇବାର ଗିରିପଥ ବାଟେ ଆ‘ାଗାନିସ୍ତାନକୁ ପଠାଇଲେ(ଇକ୍ସଜ୍ଞଚ୍ଚ କ୍ଟଲ ଜରଗ୍ଧକ୍ସସଭଙ୍କଗ୍ଧସକ୍ଟଦ୍ଭ). ସମାନେ କାବୁଲ ଅଧିକାର କରି ସହର କୁ ଧ୍ୱଂସ କଲେ । ମାତ୍ର ସେଠାରେ ନରହି ଗାଦିଚ୍ୟୁତ ଦୋସ୍ତ ମହମଦଙ୍କୁ ଶାସନ ଭାର ଦେଇ ଭାରତ ଫେରି ଆସିଲେ । ଦ୍ୱିତୀୟ ଆଫଗାନ ଇଂଲିଶ ଯୁଦ୍ଧ ୧୮୮୦-୮୨ ମସିହାରେ ହୋଇଥିଲା । ସୀମାନ୍ତ ପଠାଣ ମାନେ ବାରମ୍ବାର ଇଂରେଜ ଅଧିକୃତ ରାଜ୍ୟରେ ପଶି ଲୁଟପାଟ କରୁଥିବାରୁ ଇଂରେଜ ସୈନ୍ୟ ଆଫଗାନିସ୍ତାନ କୁ ଆକ୍ରମଣ କରି ସେମାନଙ୍କୁ ପରାସ୍ତ କଲେ ଓ ସୀମାନ୍ତ ଅଞ୍ଚଳକୁ ନିଜ ଅଧିନକୁ ଆଣିଲେ । ଆଫାଗାନିସ୍ତାନ ଓ ବ୍ରିଟିଅ ଭାରତ ମଧ୍ୟରେ ଡୁରାଣ୍ଡ ଲାଇନ ଟଣା ହେଲା । ୧୯୧୯ ମସିହାରେ ତୃତୀୟ ଆଫଗାନ ଯୁଦ୍ଧ ପରେ ଇଂରେଜ ମାନେ ଆଫାଗାନିସ୍ତାନକୁ ସଂପୂର୍ଣ୍ଣ ସ୍ୱାଧିନତା ପ୍ରଦାନ କଲେ ।
ବିଭିନ୍ନ ସମୟରେ ଶତୃ ଋଷିଆ ଓ ଜର୍ମାନ ମାନେ ଆଫାଗାନିସ୍ତାନ ବାଟ ଦେଇ ଭାରତ ଆକ୍ରମଣ କରିବାର ଆଶଙ୍କା ବ୍ରିଟିଶ ମାନଙ୍କୁ ଘାରିଥିଲେ ମଧ୍ୟ ସେପରି କିଛି ଘଟିନଥିଲା ।
ଡାଃ ସୁରେନ୍ଦ୍ର ନାଥ ଦାଶ, ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଉମରକୋଟ, ନବରଙ୍ଗପୁର,ମୋ:୯୪୩୭୨୩୫୩୮୬